32.1 C
Bhubaneswar
Thursday, March 28, 2024
Homeଅପରାଧନାବାଳିକା ଅପହରଣକାରୀକୁ ୫ବର୍ଷ ଜେଲ

ନାବାଳିକା ଅପହରଣକାରୀକୁ ୫ବର୍ଷ ଜେଲ

କେନ୍ଦୁଝର : ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ କେନ୍ଦୁଝର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବା ସିଜେଏମ୍ ତିରଞ୍ଜନ ପାତ୍ର ଜଣେ ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଆହୁରି ତିନିମାସ ଜେଲ ଦଣ୍ଡ ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ୨୦୧୨ ମସିହା ଜାନୁୟାରୀ ୧୮ତାରିଖରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରର ଘନଶ୍ୟାମ ମୁଖୀଙ୍କ ନାବାଳିକା ଝିଅକୁ ଏହି ଜିଲ୍ଲାର ତୁରୁମୁଙ୍ଗା ଥାନା କଇଣ୍ଡା ଗ୍ରାମର ନିଳମଣୀ ସାହୁଙ୍କ ପୁଅ ଅଯୋଧ୍ୟା ଓରଫ ନନ୍ଦନ ଅପହରଣ କରି ଶଙ୍କରପୁରଠାରେ ରଖିଥିଲା । ଏ ନେଇ ଜାନୁୟାରୀ ୨୦ତାରିଖରେ ନାବାଳିକା ପରିବାର ତରଫରୁ ଟାଉନ ପୁଲିସ ଷ୍ଟେସନରେ ଏତଲା ଦିଆଯିବା ପରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାରେ ସାତଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଶୁକ୍ରବାର ଦିନ ସିଜେଏମ୍ ନନ୍ଦନକୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରଥିଲେ । ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଳିକ ପ୍ରସିକ୍ୟୁଟର ଅଶୋକ ଦାସ ମାମଲା ପରିଚାଳନା କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking