28.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ବାହାରିବ ଆଡପ ଅବଢା

ଆଜି ବାହାରିବ ଆଡପ ଅବଢା

ପୁରୀ: ଶ୍ରୀମନ୍ଦିର ଛାଡି ବଡଦାଣ୍ଡରେ ମାନବୀୟ ଲୀଳାଖେଳା କଲେ ମହାପ୍ରଭୁ । ଶୁକ୍ରବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ତିନି ରଥ । ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ନୀତିକାନ୍ତି ପରେ ଶନିବାର ଆଡ଼ପମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ରତ୍ନସିଂହାସନରେ ଦର୍ଶନ ଦେଉଥିବା ମହାବାହୁ ଜନ୍ମବେଦୀରେ ରବିବାର ଠାରୁ ଦର୍ଶନ ଦେବେ ଶ୍ରଦ୍ଧାଳୁଙ୍କୁ । ସଂଧ୍ୟାରେ ଚତୁର୍ଦ୍ଧାମୂର୍ତି ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିଥିଲେ । ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଥିଲା ଅପୂର୍ବ ମିଳିନ । ରଥାରୁଢ଼ ଶ୍ରୀଜିଉମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପକୁ ବିଜେ କରିଛନ୍ତି ।

ଶନିବାର ସନ୍ଧ୍ୟା ଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା ଓ ମୁଦିରସ୍ତଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତି ଙ୍କୁ ପୁଷ୍ପାଞ୍ଜଳି ଦେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିଥିଲେ । ପ୍ରଥମେ ମଦନ ମୋହନ ଓ କୃଷ୍ଣ ବଳରାମ ଆଡପମଣ୍ଡପକୁ ୫ଟା ୪୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ସୁଦର୍ଶନଙ୍କ ପହଣ୍ଡି ୬ଟାରେ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ପହଣ୍ଡି ୬ଟା ୧୦ରେ ଆରମ୍ଭ ହୋଇଥିଲା । ମା ସୁଭଦ୍ରାଙ୍କ ପହଣ୍ଡି ୭ଟା ୨୦ ରେ ଆରମ୍ଭ ହୋଇଥିଲା । ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ୭ଟା ୫୫ ରେ ଆରମ୍ଭ ହୋଇଥିଲା । ତେବେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହେବାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଏହି ଦୂର୍ଷ୍ୟ ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking