31.1 C
Bhubaneswar
Wednesday, May 8, 2024
Homeବଲିଉଡବିବାଦୀୟ ବୟାନ ଦେଇ ଫସିଲେ ଶ୍ୱେତା ତିୱାରୀ, କହିଲେ ଏପରି....

ବିବାଦୀୟ ବୟାନ ଦେଇ ଫସିଲେ ଶ୍ୱେତା ତିୱାରୀ, କହିଲେ ଏପରି….

ମୁମ୍ବାଇ : ଟେଲିଭିଜନ୍ ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ଫିଟନେସ୍ ଓ ଦମଦାର୍ ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜର ଫିଗର୍ ପାଇଁ ସେ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ହେଲେ ଏବେ ଶ୍ୱେତା ଏଭଳି ଏକ ବୟାନ ଦେଇଛନ୍ତି ଯେଉଁଥିପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏକ ବିବାଦୀୟ ବୟାନକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ ମାନେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ନିଜର ବ୍ରା ସାଇଜ୍ ଓ ଭଗବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଶ୍ୱେତା । ବୁଧବାର ଶ୍ୱେତା ତିୱାରୀ ନିଜର ଆଗାମୀ ୱେବସିରିଜ୍ ଘୋଷଣା ପାଇଁ ଭୋପାଳରେ ପହଞ୍ଚିଥିଲେ । ସେ ପୂରା ଟିମ୍ ସହିତ ଏକ ପ୍ରେସ୍ କନଫରେନ୍ସରେ ଭାଗ ନେଇଥିଲେ । ଏଠାରେ ମିଡିଆ ସହିତ କଥା ହେବା ସମୟରେ ଶ୍ୱେତାଙ୍କ ବିବାଦୀୟ ବୟାନ ସାମନାକୁ ଆସିଛି । ସେ କହିଛନ୍ତି ଯେ, “ମୋ ବ୍ରା ସାଇଜ୍ ଭଗବାନ ନେଉଛନ୍ତି” । ତେବେ ତାଙ୍କର ଏଭଳି ବୟାନ ଫ୍ୟାନ୍ସଙ୍କ କ୍ରୋଧକୁ ବଢ଼ାଇ ଦେଇଛି । ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି । ସୂଚନା ଯେ, ଶ୍ୱେତା ନିଜର ଆଗାମୀ ୱେବସିରିଜ୍ ଶୋ ଷ୍ଟପର୍ ର ଆନାଉସମେଣ୍ଟ୍ ପାଇଁ ଭୋପାଳରେ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking