34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଜି ଟାଟା ଗ୍ରୁପ ହାତକୁ ଆସିପାରେ ଏୟାର ଇଣ୍ଡିଆ

ଆଜି ଟାଟା ଗ୍ରୁପ ହାତକୁ ଆସିପାରେ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଆଜି ଟାଟା ଗ୍ରୁପ ହାତକୁ ଆସିପାରେ ସରକାରୀ ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ପାଇଁ ଟାଟା ଗ୍ରୁପ ୧୦୦ ପ୍ରତିଶତ ଅଂଶଧନ କିଣିବା ନେଇ ନିଲାମ ଜିତିଥିଲା । ଏୟାର ଇଣ୍ଡିଆକୁ ଟାଟା ୧୮ ହଜାର କୋଟିରେ କିଣିଥିଲା । ତେବେ ଆଜି ଟାଟା ପକ୍ଷରୁ ମୁମ୍ବାଇରୁ ୪ଟି ରୁଟରେ ବିମାନ ଚଳାଚଳ କରିବ । ଦୀର୍ଘ ୬୯ ବର୍ଷ ପରେ ଏୟାର ଇଣ୍ଡିଆ ଟାଟା ହାତକୁ ଫେରୁଛି । ଏୟାରଇଣ୍ଡିଆର ବିକ୍ରି ନେଇ ଗତ ୨୦୧୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଟାଟା ସନ୍ସ ପକ୍ଷରୁ ୧୮ ହଜାର କୋଟି ଓ ସ୍ପାଇସ୍ ଜେଟ୍ ପକ୍ଷରୁ ୧୫ ହଜାର ଟଙ୍କାର ବିଡିଂ ଦାଖଲ କରାଯାଇଥିଲା ।

ଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଏନେଇ ବୁଝାମଣା ସ୍ୱାକ୍ଷର କରିଥିଲେ କେନ୍ଦ୍ର ସରକାର । ତେବେ ଟାଟାକୁ ଏୟାର ଇଣ୍ଡିଆର ମାଲିକାନା ସ୍ୱତ୍ୱ ମିଳିବା ପରେ ମଧ୍ୟ ୫ ବର୍ଷ ପର୍ଯ୍ୟନ୍ତ ପୁରୁଣା ନାଁ ଓ ଲୋଗ ରଖିବାକୁ ପଡ଼ିବ । ଏୟାର ଇଣ୍ଡିଆର ମାଲିକାନା ମିଳିବା ପରେ ଟାଟା ସନ୍ସ ପାଖରେ ଏୟାରଲାଇନ୍ସ ସଂଖ୍ୟା ୩କୁ ବୃଦ୍ଧି ପାଇବ ।

ଜଣାପଡ଼ିଛି ଯେ, ଗତ ୨୦୨୧ ଅଗଷ୍ଟ ୩୧ ସୁଦ୍ଧା ଏୟାର ଇଣ୍ଡିଆ ଉପରେ ୬୧ ହଜର କୋଟିରୁ ଅଧିକ ଋଣ ରହିଥିଲା । ଟାଟା ୧୫ ହଜାର କୋଟିରୁ ଅଧିକ ଅର୍ଥ ପଠଇ କରିବା ପରେ ଏୟାର ଇଣ୍ଡିଆର ଏବେ ୪୬ ହଜାରୁ ଅଧିକ ଋଣ ରହିଛି । ଜେଆରଡି ଟାଟା ୧୯୩୨ରେ ଏୟାର ଇଣ୍ଡିଆକୁ ପ୍ରଥମେ ଟାଟା ଏୟାର ଲାଇନ୍ସ ନାଁରେ ଲଞ୍ଚ କରିଥିଲା । ୧୯୪୬ରେ ଏହାର ନାମ ପରିବର୍ତ୍ତନ କରି ଏୟାର ଇଣ୍ଡିଆ କରିଦିଆଯାଇଥିଲା । ଏହାପରେ ୧୯୫୪ରେ ସରକାର ଟାଟା ଠାରୁ ଏୟାର ଇଣ୍ଡିଆର କିଣିବା ସହ ତା’ର ରାଷ୍ଟ୍ରୀୟକରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking