28.1 C
Bhubaneswar
Sunday, April 28, 2024
Homeଅପରାଧନାବାଳିକା ସହିତ ଲଭ-ସେକ୍ସ-ଧୋକ୍କା,  ଫେରାର୍ ଅଭିଯୁକ୍ତ ଗିରଫ

ନାବାଳିକା ସହିତ ଲଭ-ସେକ୍ସ-ଧୋକ୍କା,  ଫେରାର୍ ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା କିରିକୁଟି ଗ୍ରାମର ଜଣେ ନାବାଳିକାକୁ ଲଭ, ସେକ୍ସ  ଏବଂ ଧୋକା ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ କିରିକୁଟୀ ଗ୍ରାମର ଧର୍ମରାଜ ପାତ୍ରଙ୍କ ପୁଅ ଗଜେନ୍ଦ୍ର ସିଂ ପାତ୍ର (୨୫) ।

ସୂଚନା ଅନୁଯାୟୀ,  ଗଜେନ୍ଦ୍ର ଜଣେ ବ୍ୟବସାୟୀ । ନାବାଳିକା ଜଣକ ବେଳେବେଳେ ଗଜେନ୍ଦ୍ରଙ୍କ ଦୋକାନକୁ ଆସିଥାନ୍ତି । ସେହି ସମୟରେ ଗଜେନ୍ଦ୍ର ନାବାଳିକାକୁ ପ୍ରେମ ନିବେଦନ କରିଥିଲେ ମଧ୍ୟ ନାବାଳିକା ଜଣକ ଏଥିରେ ରାଜି ହୋଇନଥିଲେ । ଗଜେନ୍ଦ୍ର ଦିନେ ନାବାଳିକାର ଘର ପଛପଟେ ଯାଇ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ନାବାଳିକା ଜଣକ ଚିତ୍କାର କରିବାରୁ ଘର ଲୋକ ଆସି ଗଜେନ୍ଦ୍ରକୁ କାବୁ କରିଥିଲେ । ଗଜେନ୍ଦ୍ରଙ୍କ ପରିବାର ଲୋକେ ନାବାଳିକାକୁ ୧୮ବର୍ଷ ହେଲେ ଗଜେନ୍ଦ୍ର ସହିତ ବିବାହ କରାଇବୁ କହି ଝିଅ ଘର ଲୋକଙ୍କ ଅନିଚ୍ଛା ସତ୍ୱେ ନିଜ ଘରକୁ ନେଇ ରଖିଥିଲେ । ସେହି ସମୟରେ ଗଜେନ୍ଦ୍ର ନାବାଳିକା ସହିତ ଅନେକ ଥର ଶାରିରୀକ ସମ୍ପର୍କ ରଖିଥିଲା । ଅନେକ ସମୟରେ ନାବାଳିକାକୁ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲା । ଘଟଣା ଘଟିବାର ୮ମାସ ପରେ ଝିଅକୁ ୧୮ବର୍ଷ ହୋଇଯିବାରୁ ତାକୁ ଅକଥନୀୟ ନିର୍ଯାତନା ଆରମ୍ଭ ଦେଇଥିଲେ ଗଜେନ୍ଦ୍ର ।

ଝିଅଟି ବିବାହ କଥା କହିବାରୁ, ଯୌତୁକ ଦାବି କରିବା ସହିତ ଘରୁ ଜୋର ଜବରଦସ୍ତ ବାହାର କରିଦେଇଥିଲା । ଝିଅଟି ନିଜ ବାପଘରକୁ ଆସି ରହିଥିଲେ । ସେମାନଙ୍କ ଝିଅକୁ ବିବାହ ନକଲେ କେସ କରିବୁ ବୋଲି କହିବାରୁ ଗଜେନ୍ଦ୍ର ଗାଁ ଛାଡ଼ି ଫେରାର ହୋଇଯାଇଥିଲା । କିଛି ଦିନ ଅପେକ୍ଷା କରିବା ପରେ ଗଜେନ୍ଦ୍ର ଘରକୁ ନଫେରିବାରୁ ଝିଅର ପରିବାର ଲୋକେ ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସବଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଗଜେନ୍ଦ୍ର ବୌଦ୍ଧ-ସୋନପୁର ସୀମାବର୍ତ୍ତୀ ଉମାଗାଁ ଅଞ୍ଚଳରେ ଲୁଚି ରହିଥିବା ଫୋନ ଟ୍ରାକିଂରୁ ଜାଣିବା ପରେ ବୌଦ୍ଧ ପୁଲିସ୍ ସହାୟତରେ ଗଜେନ୍ଦ୍ରକୁ ଗିରଫ କରାଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking