27.1 C
Bhubaneswar
Friday, March 29, 2024
Homeଓଡିଶାତାମିଲନାଡୁ ସୂତାକଳରେ ଅଗ୍ନିକାଣ୍ଡ ଘଟି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁ ସୂତାକଳରେ ଅଗ୍ନିକାଣ୍ଡ ଘଟି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବାଲେଶ୍ୱର : ତାମିଲନାଡୁର ବିଧୁନଗରରେ ଥିବା ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି ଶୁକ୍ରବାର ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଉକ୍ତ ଅଗ୍ନିକାଣ୍ଡରେ ବାଲିଆପାଳ ଅଞ୍ଚଳର ୪ଜଣ ଗୁରୁତର ଥିବା ସୂଚନା ମିଳିଥିବା ବେଳେ ସେମାନଙ୍କର ପ୍ରକୃତ ପରିଚୟ ମିଳିପାରି ନାହିଁ । ଏହି ଅଗ୍ନିକାଣ୍ଡରେ ମୃତକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୟାବଳିଆ ଗ୍ରାମର ରାଜକିଶୋର ମଙ୍ଗରାଜ(୨୪) । ସ୍ୱର୍ଗତ ରାଜକିଶୋର କରୋନା କଟକଣା କୋହଳ ହେବାପରେ ପରିବାର ପ୍ରତିପୋଷଣ ପାଇଁ ଦେଢ଼ମାସ ପୂର୍ବେ ତାମିଲନାଡୁର ବିଧୁନଗର ଯାଇ ଏକ ସୂତାକଳରେ କାମ କରୁଥିଲେ । ମଙ୍ଗଳବାର ସେ କାମ କରୁଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ରାଜକିଶୋରଙ୍କ ଶରୀରର ୭୦ଭାଗରୁ ଅଧିକ ପୋଡ଼ି ଯାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ତାମିଲନାଡୁର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ମାତ୍ର ଶୁକ୍ରବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ରାଜକିଶୋରଙ୍କ ମୃତ୍ୟୁ ହୋଇଯାଇଛି । ଘରେ ତାଙ୍କର ଦେଢ଼ମାସର ପୁତ୍ର ଏବଂ ସ୍ତ୍ରୀ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking