28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଦୁର୍ଘଟଣାରେ ପରିବାରର ୬ଜଣ ମୃତ

ଦୁର୍ଘଟଣାରେ ପରିବାରର ୬ଜଣ ମୃତ

ଉତ୍ତରପ୍ରଦେଶ : ଶନିବାର ସକାଳେ ଉତ୍ତରପ୍ରଦେଶର କନୌଜ ଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଆଗ୍ରା-ଲକ୍ଷେ୍ମା ରାସ୍ତାରେ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ଠିଆ ହୋଇଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଘଟଣାରେ ଗୋଟିଏ ପରିବାରରୁ ୬ ଜଣଙ୍କ ର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ ଏହି ପରିବାରର ସମସ୍ତ ସଦସ୍ୟ ଲକ୍ଷେ୍ମାରୁ ମେହେନ୍ଦିପୁର ବାଲାଜୀଙ୍କ ଦର୍ଶନ କରିବା ପାଇଁ ଯାଉଥିଲେ । ତଳଗ୍ରାମ ଅଞ୍ଚଳରେ କାରଟି ଦ୍ରୁତ ଗତିରେ ଯାଇ ଏକ ଟ୍ରକ ସହ ପିଟି ହୋଇଯାଇଥିଲା ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୟୁପିଡି ଟିମକୁ ଖବର ଦେଇଥିଲା ଟିମ ପହଞ୍ଚିବା ପରେ ମୃତ ଦେହକୁ ଗାଡି ଭିତରୁ ବାହାର କରାଯାଇଥିଲା । ମୃତ ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି ଓ ସେମାନେ ଲକ୍ଷେ୍ମାର ବାସିନ୍ଦା ଥିଲେ । ୬ ଜଣ ମୃତକ ହେଲେ ଜ୍ଞାନେନ୍ଦ୍ର ଯାଦବ(୩୨),ସୋନୁ ଯାନବ(୩୧),ପ୍ରମୋଦ ଯାଦବ (୧୮),ସୁରଜ(୧୫),ମୋହିତ(୩୬) , ସତ୍ୟେନ୍ଦ୍ର ଯାଦବ(୩୭) । ପୋଲିସ ଦୁର୍ଘଟଣାର ଖବର ସେମାନଙ୍କ ପରିବାର ବର୍ଗକୁ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking