29.1 C
Bhubaneswar
Saturday, April 27, 2024
Homeଓଡିଶା୨୦ଫୁଟ ତଳକୁ ଓଲଟିଲା ବସ

୨୦ଫୁଟ ତଳକୁ ଓଲଟିଲା ବସ

ଆଠଗଡ଼: ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଆଠଗଡ଼ ଗୁଣ୍ଡିଚାପୁର ଛକ ନିକଟରେ ହୋଇଥିବା ଜଣାପଡିଛି । ଆଜି ଅପରାହ୍ନରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତାରୁ ୨୦ଫୁଟ ତଳକୁ ଓଲଟି ପଡ଼ିଛି । ଏହି ବସଟି କଟକରୁ ଆଠଗଡ଼ ଯାଉଥିବା ସୂଚନା ମିଳିଛି ।
ସୂଚନା ଅନୁସାେ, ଏକ ଘରୋଇ ଯାତ୍ରୀବାହୀ ବସଟି କଟକରୁ ଆଠଗଡ଼ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ଗୁଣ୍ଡିଚାପୁର ଛକ ନିକଟରେ ହଠାତ ବସର ଆଗ ଚକା ବାହାରି ଯାଇଥିଲା । ଫଳରେ ଚାଳକ ବସ୍ ଚାଳନା ଉପରେ ଆଉ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ । ବସଟି ରାସ୍ତାରୁ ୨୦ଫୁଟ ତଳକୁ ଓଲଟି ପଡ଼ିଥିଲା । ବସଟି ଓଲଟି ପଡ଼ିବା ପରେ ଏଥିରେ ଥିବା ୩୦ଜଣ ଯାତ୍ରୀ ଭୟଭୀତ ହୋଇପଡିଥିଲେ । ବସରେ ଥିବା ୩୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି ।
ଏହି ଦୁର୍ଘଟଣା ଦେଖି ରାସ୍ତାରେ ଯାଉଥିବା ଯାତ୍ରୀ ଏବଂ ସ୍ଥାନୀୟଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ପ୍ରାଥମିକ ଚିକିତ୍ସା ପରେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେଠାରେ ତିନିଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରି ଦିଆଯାଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking