27.8 C
Bhubaneswar
Wednesday, April 17, 2024
Homeଓଡିଶାଜାନୁୟାରୀ  ୧୬ ଓ ୧୭ରେ ହେବ କ୍ରିକେଟ ଖେଳାଳିଙ୍କ ନାମ ପଞ୍ଜିକରଣ

ଜାନୁୟାରୀ  ୧୬ ଓ ୧୭ରେ ହେବ କ୍ରିକେଟ ଖେଳାଳିଙ୍କ ନାମ ପଞ୍ଜିକରଣ

 
ବଲାଙ୍ଗୀର,(ଦେବାଶିଷ ମିଶ୍ର)- ଆସନ୍ତା ଜାନୁୟାରୀ ୧୬ ଓ ୧୭ତାରିଖ ଦିନ ଗାନ୍ଧୀଷ୍ଟାଡିୟମଠାରେ ଓଡିଶା କ୍ରୀକେଟ ଏସୋସିଏସନ ଆନୁକୁଲ୍ୟରେ ତଥା ଜିଲ୍ଲା କ୍ରୀଡାସଂସଦ ବଳାଙ୍ଗିର ଦ୍ୱାରା ଆୟୋଜିତ ହେବାକୁ ଥିବା କ୍ରୀକେଟ  ପ୍ରତିଯୋଗିତା ପାଇଁ ଜିଲ୍ଲାସ୍ତରୀୟ କ୍ରୀକେଟ ଖେଳାଳି ମାନଙ୍କ ନାମ ପଞ୍ଜିକରଣ କରାଯିବ । ଇଚ୍ଛୁକ ଖେଳାଳିମାନେ ଏହି ଦିନମାନଙ୍କରେ ସକାଳ ୧୦ଘଣ୍ଟା ସମୟରେ ଗାନ୍ଧୀଷ୍ଟାଡିୟମରେ ଉପସ୍ଥିତ ରହି ନିଜର ଜନ୍ମ ପ୍ରମାଣ ପତ୍ର, ସରକାରି ଫଟୋ ପରିଚୟ ପତ୍ର ଓ ଗୋଟିଏ ରଂଗିନ ଫଟୋ ସହିତ ସମସ୍ତ କାଗଜାତ ପତ୍ର ପ୍ରଦାନ କରି ନିଜର ନାମକୁ ପଞ୍ଜିକରଣ କରିପାରିବେ । ଜାନୁୟାରୀ ୨୦ତାରିଖରୁ ଜୁନିୟର (୧୬ବର୍ଷରୁ କମ୍ ବର୍ଗ ଓ ୧୯ବର୍ଷରୁ କମ ବର୍ଗ) କ୍ରୀକେଟ ପ୍ରତିଯୋଗିତା ଗାନ୍ଧୀଷ୍ଟାଡିୟମରେ ଅନୁଷ୍ଠିତ ହେବ । ପ୍ରକାଶ ଥାଉକି ପଞ୍ଜିକରଣ କରିଥିବା ଖେଳାଳିମାନେ କେବଳ ଆଗାମୀ ଦିନରେ ଜୁନିୟର ଓ ସିନିୟର ଜିଲ୍ଳାସ୍ତରୀୟ ଓ ରାଜ୍ୟ ସ୍ତରୀୟ କ୍ରୀକେଟ ପ୍ରତିଯୋଗିତାମାନଙ୍କରେ ଭାଗନେଇପାରିବେ । ଜିଲ୍ଲାର କ୍ରୀକେଟ ଖେଳାଳିମାନଙ୍କ ପାଇଁ ଜିଲ୍ଲାକ୍ରୀଡାସଂସଦ ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଯୋଗାଇଦେବ । ଏହାର ସୁଯୋଗ ନେବାପାଇଁ ଓମ୍ପ୍ରକାଶ ଚାନ୍ଦ କ୍ରୀକେଟ ସମ୍ପାଦକ ଓ ହରିନାରାୟଣ ପୁଜାରୀ ସାଧାରଣ ସମ୍ପାଦକ ଜିଲ୍ଲାକ୍ରୀଡାସଂସଦ ବଲାଙ୍ଗିର ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking