38.1 C
Bhubaneswar
Friday, April 26, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଜଗନ୍ନାଥପୁରଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ୩ ଜଣ ହେଲେ ଜଗନ୍ନାଥପୁର ଗାଁର କୃଷ୍ଣ ନାୟକ, ମୁନା ନାୟକ ଓ ପଥରକଟା ଗ୍ରାମର ଶ୍ୟାମ ସେଠୀ। ସୂଚନା ଅନୁଯାୟୀ, କୃଷ୍ଣ ନାୟକ ଓ ମୁନା ନାୟକ ନୟାଗଡ଼ରୁ ଶରଣକୂଳ ଦେଇ ଜଗନ୍ନାଥପୁର ଗାଁ ସ୍ଥିତ ନିଜ ଗାଁକୁ ଫେରୁଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ ୩ ଜଣ ଏକ ବାଇକ୍‌ରେ ଦ୍ରୁତ ଗତିରେ ନୟାଗଡ଼ ଅଭିମୁଖେ ଯାଉଥିଲେ। ଜଗନ୍ନାଥପୁର ଛକଠାରେ ଉଭୟ ଗାଡ଼ି ମଧ୍ୟରେ ଧକ୍କା  ହୋଇଥିଲା। ନୟାଗଡ଼ ଟାଉନ ଥାନା ପୁଲିସ୍‌, ଶରଣକୁଳ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର କୃଷ୍ଣ ନାୟକ, ମୁନା ନାୟକଙ୍କୁ ମୃତ ଘୋଷଣା କଲେ। ଏହାପରେ ଗୁରୁତର ଅବସ୍ଥାରେ ଶ୍ୟାମଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ  ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking