40.1 C
Bhubaneswar
Friday, May 3, 2024
Homeଓଡିଶାମଣ୍ଡିରେ ଚାଲିଛି ସରକାରୀ ପ୍ରାୟୋଜିତ ଦଲାଲରାଜ୍ 

ମଣ୍ଡିରେ ଚାଲିଛି ସରକାରୀ ପ୍ରାୟୋଜିତ ଦଲାଲରାଜ୍ 

ଯାଜପୁର (ଅଭିମନ୍ୟୁ ମିଶ୍ର) : ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ଏବଂ ଶାସକ ବିଜେଡ଼ି କେତେ କଣ ଯୋଜନା କରିଥିବା ନେଇ ନେତାମାନେ ଦାବୀ କରୁଛନ୍ତି । ବିଜେପି ପକ୍ଷରୁ ମଧ୍ୟ ସମଗ୍ର ଦେଶର କୃଷକଙ୍କ ସ୍ବାର୍ଥ ରକ୍ଷା ପାଇଁ ପିଏମ୍ କିଶାନ୍ ଯୋଜନା ସମେତ ନୂଆ କୃଷି ଆଇନ୍ କରିଥିବା ଦାବୀ କରାଯାଉଛି । ସେପଟେ ବିରୋଧୀ କଂଗ୍ରେସ କିନ୍ତୁ କହୁଛି ଉଭୟ ବିଜେଡ଼ି ଓ ବିଜେପି କୃଷକମାନଙ୍କ ପାଇଁ କିଛି କରୁନାହାନ୍ତି, କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ର ସରକାର କରିଥିବା ନୂଆ କୃଷି ଆଇନ୍ ଏକ କଳା କାନୁନ୍ ଅଟେ । ତେବେ ବିଭିନ୍ନ କୃଷକ ସଂଗଠନ କିନ୍ତୁ ସେହି ନୂଆ କୃଷି ଆଇନରେ ସିଧାସଳଖ ଭାବେ ମଣ୍ଡି ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ନିଶ୍ଚିତ ରଖିବା ଦାବୀରେ ତିନି ମାସରୁ ଉର୍ଦ୍ଧ୍ଵ ସମୟ ହେଲାଣି ଅଡ଼ି ବସିି ଦେଶ ସାରା ଆନ୍ଦୋଳନ ଜାରି ରଖିଛି ।

କିନ୍ତୁ ଗୋଟିଏ କଥା ବୁଝି ହେଉନି ଯେ କିଏ ଠିକ୍ କହୁଛି ? ଆଉ କେଉଁମାନେ ବାସ୍ତବରେ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ଅଧିକ ଚିନ୍ତିତ ? ସେହି ନୂଆ କୃଷି ଆଇନ୍ ଗୁଡ଼ିକ ଦେଶରେ ଏଯାଏଁ ଲାଗୁ ତ ହୋଇନାହିଁ । ଏବେ ବି ମଣ୍ଡି ବ୍ୟବସ୍ଥା ସହ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେଉଛି । କିନ୍ତୁ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ ସଂଗ୍ରହ କରିବାରେ ବିଫଳ ହୋଇଥିବାର ଚିତ୍ର ସବୁ କାହିଁକି ତେବେ ଦେଖିବାକୁ ମିଳୁଛି ? ପଞ୍ଜିକୃତ ଚାଷୀଙ୍କ ହାତରେ ଧାର୍ଯ୍ୟ ପରିମାଣର ଧାନ ଦେବା ପାଇଁ ଟୋକନ୍ ରହିଛି ଏବଂ ଟୋକନର ଧାର୍ଯ୍ୟ ଧାନକୁ ଚାଷୀ ନେଇ ମଣ୍ଡିରେ ଜମା କରି ଖରା, ବର୍ଷା, ଶୀତ ଓ କାକରରେ ସେଠାରେ ପଡ଼ି ରହିଛି । ହେଲେ ସେମାନଙ୍କଠାରୁ ସେ ଧାନ ସଂଗ୍ରହ ନ କରି ବିଭାଗୀୟ ବାବୁମାନେ କହୁଛନ୍ତି ତମ ଟୋକନ୍ ସବୁ ଲାପସ୍ ହୋଇ ଗଲାଣି। ତେଣୁ ଆଉ ତମ ଧାନ ଗ୍ରହଣ କରାଯିବ ନାହିଁ । ସେମାନଙ୍କ ଟାର୍ଗେଟ ପରିମାଣର ଧାନ ସଂଗ୍ରହ ହୋଇ ସାରିଲାଣି । କେନ୍ଦ୍ର ସରକାର ୭୧ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଏକ ଟାର୍ଗେଟ ରାଜ୍ୟ ସରକାରଙ୍କୁ ଦେଇ ସେଥିପାଇଁ ଆବଶ୍ୟକ ଅର୍ଥ ବରାଦ ମଧ୍ୟ କଲେ । ରାଜ୍ୟ ସରକାର କେବଳ ସେହି ଟାର୍ଗେଟ ପୂରଣ କରିବାକୁ ଯାଇ ନିଜର ଏଜେନ୍ସି ମାଧ୍ୟମରେ ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୧୮୮୮ ଟଙ୍କା ଦରରେ ସିଧାସଳଖ ଧାନ ସଂଗ୍ରହ କରିବେ ।

ତାହାକୁ କାର୍ଯ୍ୟକାରୀ କରିବାକୁ ବୋଧହୁଏ ରାଜ୍ୟ ସରକାର ଟାର୍ଗେଟ ବିପକ୍ଷରେ ଏକ ମାଟ୍ରିକ୍ସ ପ୍ରସ୍ତୁତ କରି ଜମି ପରିମାଣ ଅନୁସାରେ ଧାନ ସଂଗ୍ରହ ନିମନ୍ତେ ଅନଲାଇନରେ ପଞ୍ଜିକୃତ କରିଥିବା ଚାଷୀମାନଙ୍କୁ ଟୋକନ୍ ବି ପ୍ରଦାନ କରିଥିଲେ । ସେହି ଚାଷୀମାନେ ହିଁ ନିଜ ନିଜର ଧାନ ଧରି ବିକିବାକୁ ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ଯାଇଥିଲେ । କିନ୍ତୁ ସେମାନେ ପହଞ୍ଚିବା ପୂର୍ବରୁ ସେମାନଙ୍କ ଟୋକନ୍ ସବୁ ଲାପସ୍ ହୋଇଗଲା କେମିତି ? ସେମାନଙ୍କଠାରୁ ତ ପ୍ରାପ୍ତ ଟୋକନ୍ ଅନୁସାରେ ଧାନ ସଂଗ୍ରହ ହୋଇନି ଆଉ ହଜାର ହଜାର ମେଟ୍ରିକ୍ ଟନ୍ ଧାନ ଧରି ଚାଷୀ ମାନେ ବିଭିନ୍ନ ସ୍ଥାନରେ ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ସେହି ସବୁ ମଣ୍ଡିରେ ସଂଗ୍ରହ ହେବାକୁ ଥିବା ଟାର୍ଗେଟ ପୂରଣ ହେଲା କେମିତି ? ଟାର୍ଗେଟ ପରିମାଣର ଧାନ ନିଶ୍ଚୟ ସଂଗ୍ରହ ହୋଇଥିବ ବୋଲି ତ ସିନା ଟାର୍ଗେଟ ପୂରଣ ହୋଇ ଯାଇଥିବ ? ଯଦି ସେହି ଯୋଗ୍ୟ ଚାଷୀଙ୍କୁ ପ୍ରଦାନ କରାଯାଇ ଲାପସ୍ ହୋଇ ଯାଇଥିବା ଟୋକନ୍ ବିପକ୍ଷରେ ସେମାନଙ୍କଠାରୁ ଧାନ ସଂଗ୍ରହ ହୋଇ ନାହିଁ ତ ତେବେ ଟାର୍ଗେଟ ପୂରଣ ପାଇଁ ଆବଶ୍ୟକ ଧାନ କାହାଠାରୁ ସଂଗ୍ରହ କରାଗଲା ?

ଏହାର ସିଧାସଳଖ ଉତ୍ତର ହେଉଛି ଦଲାଲ୍ ? ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଏହି ପ୍ରକାର ଅଭିଯୋଗ । ସେ ଗୁରୁତର କଥାକୁ ନ ବୁଝି କିମ୍ୱା ବୁଝି ଅବୁଝା ହୋଇ ଦୀର୍ଘ ଷଷ୍ଠ ଦିନ ହେଲାଣି ବିଧାନସଭାକୁ କାହିଁକି ଅଚଳ କରି ରଖିଛନ୍ତି, ତାହା ଶାସକ ଓ ବିରୋଧୀ ଦଳର ବିଧାୟକମାନେ ରାଜ୍ୟର କୃଷକମାନଙ୍କୁ ଉତ୍ତର ଦେବେ କି ? ସେମାନେ ପ୍ରଥମେ ଏଦିଗରେ ଯାଞ୍ଚ କରାଯାଇ ଧାନ ବିକିଥିବା ଦଲାଲ୍ ଓ ସେମାନଙ୍କଠାରୁ ଧାନ ସଂଗ୍ରହ କରିଥିବା ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ ଠକେଇ, ଜାଲିଆତି ଓ ଚଞ୍ଚକତା ନେଇ ଫୋୖଜଦାରୀ ମକଦ୍ଦମା ରୁଜୁ କରାଯିବା ଉପରେ ଆଲୋଚନା ଓ ଦାବୀ ନ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।

ଅନ୍ୟପକ୍ଷରେ ସେହି ସରକାରୀ ପ୍ରାୟୋଜିତ ଦଲାଲରାଜର ସମ୍ପୂର୍ଣ୍ଣ ବିଲୋପ ନିମନ୍ତେ ଚାଷୀଙ୍କ ବୃହତ୍ତର ସ୍ବାର୍ଥ ରକ୍ଷା ପାଇଁ ହିଁ ଯେତେବେଳେ କେନ୍ଦ୍ର ସରକାର ନୂତନ କୃଷି ଆଇନ୍ ପ୍ରଣୟନ ସପକ୍ଷରେ ଅଡ଼ି ବସିଛନ୍ତି ସେତେବେଳେ ସେହି ଆଇନ ଲାଗୁ ହେବା ପୂର୍ବରୁ ତାହାକୁ ଯେଉଁମାନେ କଳା କାନୁନ୍ ଆଖ୍ୟା ଦେଇ ଲାଗୁ ନ କରିବା ସପକ୍ଷରେ ଯୁକ୍ତି ବାଢ଼ି ଆନ୍ଦୋଳନ କରି ଆସୁଛନ୍ତି-ସେମାନେ କଣ ତେବେ ସେହି ଦଲାଲରାଜର ପକ୍ଷଧର କି ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking