30.1 C
Bhubaneswar
Wednesday, April 24, 2024
Homeଓଡିଶାଅଷ୍ଟପ୍ରହରୀ ଦେଖି ଯାଇଥିବା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଅଷ୍ଟପ୍ରହରୀ ଦେଖି ଯାଇଥିବା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲାରେ ଦିନକୁ ଦିନ ନାବାଳିକାଙ୍କ ଉପରେ ଅତ୍ୟାଚାର ବଢ଼ୀ ଚାଲିଛି l ପୁଣି ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଖପୁରା ଥାନା ଅଧିନ ପଙ୍କପାଳ ଗ୍ରାମରେ l
୬ ତାରିଖ ଶନିବାର ଦିନ ଗ୍ରାମରେ ଅଷ୍ଟପ୍ରହରୀ ହେଉଥିଲା । ମl ଝିଅ(୧୧) ଦୁହେଁ ଅଷ୍ଟପ୍ରହରୀ ଦେଖିବାକୁ ଯାଇଥିଲେ ମା ଆଗେ ଘରକୁ ଆସିଥିଲେ । ଏହାର ସୁଯୋଗ ନେଇ ସେହି ଗ୍ରାମ ସଞ୍ଜୟ ଦଳାଇ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରି ଏକ ଖାଲରେ ପକାଇ ଦେଇଥିଲା l.

ଝିଅ ଆସିବାର ବହୁ ଡେରି ହେବାରୁ ମା ଝିଅକୁ ଖୋଜିବା ପାଇଁ ଆସି ଅଷ୍ଟପ୍ରହରୀ କୁଞ୍ଜ ନିକଟରେ ଥିବା ଲୋକ ମାନଙ୍କୁ ପଚରା ଉଚାର କରିଥିଲେ ମଧ୍ୟ ଝିଅର କୌଣସି ପତା ପାଇନଥିଲେ । ଗ୍ରାମ ବାସୀଙ୍କ ସହିତ ଖୋଜା ଖୋଜି କରିଥିଲେ । ବହୁ ଖୋଜା ଖୋଜି କରିବା ପରେ ଘର ପାଖରୁ କିଛି ବାଟ ଦୂରରେ ଥିବା ଏକ ଘର ପଛ ପାଖରେ ଏକ ଖାଲ ମଧ୍ୟରୁ ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ପିଡ଼ିତାର ମା କହିବା ଅନୁଯାୟୀ ମୁଁ ଝିଅକୁ ବହୁତ ପଚାର ଉଚାର କରିଥିଲେ l ଝିଅ କିଛି କହିନଥିଲା । ୪,୫ ଦିନ ପରେ ଝିଅକୁ ବହୁତ ପଚାରିଲା ପରେ ତୁ ସେଠି କେମିତି ଗଲୁ ଓ ଚେତା ଶୂନ୍ୟ ହୋଇ କେମିତି ପଡ଼ିଲୁ କହିବାରୁ ଝିଅ ଡରି ଡରି ସବୁ ସତକଥା କହିଥିଲା ।
ପିଡିତାର ମା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ସଂଜୟ ଦଳାଇ, ପିତା ଇଶ୍ୱର ଦଳାଇ ଅଷ୍ଟପ୍ରହରୀ ପୂର୍ବ ଦିନ ନାତୁଣୀ ଚାଲେ ହନିମୁନୁ କରିବା ପାଇଁ ଯିବା, ଝିଅ ତାକୁ ମନା କରିଥିଲl ।

ଅଷ୍ଟପ୍ରହରୀ ଦିନ ରାତ୍ରି ପ୍ରାୟ ୧୦,୩୦ ସମୟ ହେବ ଝିଅ ମୁହଁ ଓ ପାଟିରେ ଗାମୁଛା ଗୁଡ଼ାଇ ତା କାନ୍ଧରେ ପକାଇ ଆମ ଗ୍ରାମର ପାଖ ନାଳ ପାଖକୁ ଟେକି ନେଇ ଯାଇ ନା ବାଳିକାକୁ ବଳତ୍କାର କରିଥିଲା ନା ବାଳିକା ପାଟି କରିବାରୁ ପାଟିକି ଚିପି ଧରି କହିଲାକି ଯଦିଓ ଏ ବିଷୟରେ କାହାକୁ କିଛି କହିବୁ ଜୀବନରୁ ମାରିଦେବି ବୋଲି କହି ଧମକ ଦେଇଥିଲା । ଝିଅ ଭୟ ଓ ଲଜ୍ୟା କିଛି କହିନଥିଲା । ଝିଅ ପଖରୁ ଏ ସବୁ କଥା ଶୁଣି ମା ଝିଅକୁ ସାଙ୍ଗରେ ଧରି ତା ୧୬/୦୩/୨୦୨୧ ରେ ଜଖପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସି ପିଡ଼ିତାର ବୟାନକୁ ଆଧାର କରି କେସ ନମ୍ବର ୨୬/୨୧-ଦଫା,୩୪୧/୩୬୩/୨୯୪/୩୨୩/୩୭୬(୩)/୫୦୬/୩୪/ଭାରତୀୟ ଆଇନ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତ ସଞ୍ଜୟ ନାମରେ ଏକ ମାମଲା ରୁଜୁ କରିଛି। ଜଖପୁରା ପୋଲିସ ତଦନ୍ତ ଜାରି ଜାରି ରଖି ଛନ୍ତି ଥାନା ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ଦଣ୍ଡସେଣା ଆସାମୀ ସଂଜୟ ଦଳାଇ ଫେରାର ଅଛି ଖୁବୁ ଶୀଘ୍ର ପୋଲିସି ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲିଓଏନ କୁ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking