26.1 C
Bhubaneswar
Tuesday, May 7, 2024
Homeଓଡିଶାଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ୨୦ ନାବାଳିକା ନିର୍ଯ୍ୟାତୀତ, ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କ ନିକଟରେ  ଦାବି

ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ୨୦ ନାବାଳିକା ନିର୍ଯ୍ୟାତୀତ, ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କ ନିକଟରେ  ଦାବି

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ  ମ୍ୟୁନିସପାଲିଟି ଅନ୍ତର୍ଗତ  ଷଣ୍ଢପଲ୍ଲୀ ଗ୍ରାମର  ୨୦ ଜଣ  ନାବଳିକା ଓ ସାବଳିକା ଦାଦନ ଖଟିବାକୁ ଯାଇ ଆନ୍ଧ୍ରର ରାଜମନ୍ଦିର ଜିଲ୍ଲା ଅନ୍ତର୍ଗତ ଫାଲକୁଲରେ ଫସିଥିବା ଜଣାପଡିଛି । ଏମାନଙ୍କୁ ଠିକାଦାର ୧୨ଘଂଟା ମଜୁରୀ ଖଟାଇବା ସହିତ ଖାଦ୍ୟପେୟ ଓ ମଜୁରୀ ପ୍ରଦାନ କାରଯାଉନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏପରିକି ସେମାନଙ୍କୁ ଖାଇବାକୁ ଠିକଭାବରେ ମିଳୁନଥିବା ବେଳେ ବିଭିନ୍ନ ସମୟରେ ଶାରିରୀକ ଓ ଯୈାନ ନିର୍ଯ୍ୟାତନା ଦିଆଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରାଯିବାକୁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କାରାଯାଇଛି ।

ସୂଚନା ଅନୁଯାୟୀ, ଷଣ୍ଢପଲ୍ଲୀ ଗ୍ରାମର ୨୦ ଜଣ ଯୁବତୀଙ୍କ ପରିବାରକୁ ଆଳିର ଜନୈକ ଠିକାଦାର ବୀର କିଶୋର ମଳିକ ଗତ  ୬ମାସ ତଳେ ଆନ୍ଧ୍ର ନେଇଯାଇଥିଲେ । ଆନ୍ଧର ରାଜମନ୍ଦିର ଜିଲ୍ଲା ଅନ୍ତର୍ଗତ ଫାଲକୁଲରେ ଥିବା ସନ୍ଧ୍ୟା ମେରାଇନ କଂପାନୀରେ ଦିନମଜୁରି ଖଟିବା ପରି କଷ୍ଟକର କାମରେ ଏହି ଯୁବତୀମାନଙ୍କୁ ସେ ନିୟୋଜିତ କରିଥିଲେ । ତେବେ ସେଠାରେ ଏହି ଯୁବତୀମାନଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ଠିକଭାବରେ ଖାଦ୍ୟ ପେୟ ପ୍ରଦାନ କରାଯାଉନଥିବା ସଂପର୍କରେ ଅଭିଯୋଗକାରୀମାନେ ଉଲ୍ଲେଖ କରିଛନ୍ତି। ଏପରିକି ୧୨ଘଂଟା କାମରେ ଖଟିବାକୁ ବାଧ୍ୟ କରାଯିବା ସହିତ ମଜୁରୀ ମଧ୍ୟ ଦେଉନାହାଁନ୍ତି ।

ଏ ସଂପର୍କରେ ଠିକାଦରଙ୍କୁ ଗୁହରିକଲେ ସେମାନଙ୍କୁ ମାଡ ମରାଯିବା ସହିତ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆଯାଉଥିବା ନେଇ ନାବାଳିକଙ୍କ ପରିବାର ଅଭିଯୋଗ କରିଛନ୍ତି । ଏପରିକି ମାରଣାସ୍ତ୍ର ଧରି ଡରାଇବା ସହିତ ଯୈାନ ନିର୍ଯ୍ୟାତନା ମଧ୍ୟ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ନିର୍ଯ୍ୟାତନା ଶିକାର ହୋଇ କାମଛାଡି ପଳାଇ ଆସିବାକୁ ଚାହୁଁଥିବା ଏହି ଯୁବତୀମାନଙ୍କୁ ସେମାନେ ଛାଡୁନଥିବା କଥା ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ତେବେ ଗ୍ରାମର ଜଣେ ଝିଅ ସେଠାରୁ କୌଣସି ମତେ ଲୁଚି ପଳାଇ ଆସିବା ପରେ ତା ଠାରୁ ସମସ୍ତ ବିଷୟରେ ଅବଗତ ହୋଇଥିବା କଥା ଯୁବତୀଙ୍କ ଅଭିଭାବକମାନେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking