32.1 C
Bhubaneswar
Friday, April 26, 2024
Homeଓଡିଶାଟ୍ରକ ସହ ବାଇକ ଧକ୍କା : ଜଣେ ମୃତ୍ୟୁ ଓ ଜଣେ ଗୁରୁତର

ଟ୍ରକ ସହ ବାଇକ ଧକ୍କା : ଜଣେ ମୃତ୍ୟୁ ଓ ଜଣେ ଗୁରୁତର

ମୟୂରଭଞ୍ଜ : ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ। ଘଟଣାସ୍ଥଳରେ ଜଣେ ମୃତ ଅନ୍ୟଜଣେ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ। ଗତକାଲି ରାତି ୯ ଟା ପରେ ଜାମିରଡିହାଁ,ବିଶୋଇ ଠାରେ ବାଇକରେ କୌଣସି କାମରେ ବିଜାତଳା ଯାଇ ଘରକୁ ଫେରୁଥିବା ବେଳେ ବିଶୋଇ ଜାମିରଡିହାଁ ଠାରେ ଏକ ଟ୍ରକ୍ ବ୍ରେକଡାଉନ୍ ହୋଇଥିବାରୁ ଅଟକି ରହିଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ବାଇକ ।

ବାଇକରେ ଥିବା ଦୁଇଜଣଙ୍କ ମଧ୍ୟରୁ ସନାଯୋଡିଆ ଗ୍ରାମର ବାବୁଲାଲ ମୁର୍ମୁଙ୍କ ପୁଅ ମନୋଜ କୁମାର ମୁର୍ମୁ (୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟ ଜଣେ ବାଲିଆ ମୁର୍ମୁଙ୍କ ପୁଅ ଚରଣ ମୁର୍ମୁ (୧୯) ଗୁରୁତ୍ତର ଅବସ୍ଥାରେ ଉଦ୍ଧାର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମାତ୍ର ଅବସ୍ଥା ଗୁରୁତର ହେବାରୁ ବାରିପଦା PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ OD11A 6703 ନମ୍ବର ଟ୍ରକ ସହ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଛି ପୋଲିସ। ଏ ଦୁର୍ଘଟଣାକୁନେଇ ବିଶୋଇ ଥାନା ପକ୍ଷରୁ 279/304 ଦଫାମୂଳେ ୧୦୬ ନମ୍ବର ମାମଲା ରୁଜୁ କରିଛି। ସେହିପରି ଜବତ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ପଠାଇଛି । ଅନ୍ୟପଟେ ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚିତ ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking