29.1 C
Bhubaneswar
Monday, May 6, 2024
Homeଓଡିଶାହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ପଞ୍ଚାୟତ ନିୟମଗିରି ପାହାଡ଼ର ପାଦ ଦେଶର ଥିବା ବସନ୍ତପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ବାଙ୍ଗରା ମାଝୀ(୫୭)ଙ୍କ ମୃତ୍ୟୁ ଘଟିଛି। ସ୍ବର୍ଗତ ବାଙ୍ଗରା ରବିବାର ସନ୍ଧ୍ୟା ସାଢ଼େ ୪ ଘଣ୍ଟା ସମୟରେ ନିଜ ଗାଁ ବସନ୍ତପଡ଼ା ଠାରୁ ପାହାଡ଼ିଆ ଚଲା ରାସ୍ତା ଦୁଇ କିମି ଦୂରରେ ଥିବା ନିକଟସ୍ଥ ଗାଁ ଡେଙ୍ଗସର୍ଗି ନିଜ ଝିଅ ଘରକୁ ଯାଉଥିଲେ। ଯିବା ରାସ୍ତାରେ ଆମ୍ବ ଗଛ ଥିବା ଯୋଗୁଁ ଆମ୍ବ ଗୋଟାଇବା ପାଇଁ ହାତରେ ଏକ ଝୁଲି ମୁଣା ଓ ଟାଙ୍ଗିଆ ଧରିଥିଲେ। ବାଙ୍ଗରା ରାତି ପର୍ଯ୍ୟନ୍ତ ନିଜ ଘରକୁ ନ ଫେରିବା ଯୋଗୁଁ ସ୍ତ୍ରୀ ଓ ବନ୍ଧୁବାନ୍ଧବ ଲୋକେ ମିଶି ପ୍ରଥମେ ନିଜ ଝିଅ ଘର ଡଙ୍ଗସର୍ଗି ଯାଇ ପଚାରିଥିଲେ।

ଏହାପରେ ଖୋଜାଖୋଜି କରିବା ପରେ ଗତ ରବିବାର ରାତ୍ର ୧୦ ଘଣ୍ଟା ସମୟରେ ଗାଁ ଠାରୁ ପ୍ରାୟ ଢେଡ଼ କିମି ପାଦଚଲା ଜଙ୍ଗଲ ରାସ୍ତାର ଡେଙ୍ଗସର୍ଗି ଗାଁ ନିକଟରେ ଥିବା କିଲାମ ଝୁଲି ନିକଟସ୍ଥ ଆମ୍ବ ଗଛ ତଳେ ବାଙ୍ଗରାଙ୍କୁ ହାତୀ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ। ଗଛ ତଳେ ବାଙ୍ଗରା ପିନ୍ଧିଥିବା ଲୁଙ୍ଗି, ଗାମୁଛା, ଧରିଥିବା ଝୁଲି ମୁଣା ଓ ଟାଙ୍ଗିଆ ପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ମଳ ଦେଖିବାକୁ ମିଳିଛି। ବାଙ୍ଗରାଙ୍କୁ ହାତୀ ଘୋଷାରି ଘୋଷାରି ମାଡି ଚକଟି କେଉଁଠି ହାତ, କେଉଁଠି ଗୋଡ଼, କେଉଁଠି ପେଟ ପଡ଼ିଥିବା ବେଳେ ଶରୀରର ବିଭିନ୍ନ ଅଂଶ ପ୍ରାୟ ୩ ଶହ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking