28.1 C
Bhubaneswar
Saturday, April 27, 2024
Homeଅପରାଧପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା

ପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କୁସିନଗରରେ ପ୍ରେମିକାକୁ ଭେଟିବାକୁ ଯାଇଥିବା ଯୁବକଙ୍କୁ ପିଟିପିଟି ହତ୍ୟା କଲେ ପ୍ରେମିକାର ପରିବାର ସଦସ୍ୟ ଓ ସମ୍ପର୍କୀୟ । ପ୍ରେମିକାର ପରିବାର ଓ ସମ୍ପର୍କୀୟ ଲୋକେ ମିଶି ମାଡ ମାରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଜଣଙ୍କ ସ୍ଥାନୀୟ ୨୨ ବର୍ଷୀୟ ବିକାଶ ବୋଲି ପୋଲିସ ସ୍ପଷ୍ଟ କରିଛି । ସ୍ଥାନୀୟ ପଟହେରବା ଥାନା ଅନ୍ତର୍ଗତ ସୋମାଲିପଟ୍ଟୀ ବାସିନ୍ଦା ଚନ୍ଦ୍ରଶେଖର ପ୍ରସାଦଙ୍କ ୨୧ ବର୍ଷୀୟ ପୁଅ ବିକାଶ ରରିବାର ରାତିରେ ନିଜ ପ୍ରେମିକାକୁ ଭେଟିବା ପାଇଁ ନିକଟବର୍ତ୍ତୀ ତୁର୍କପଟ୍ଟୀ ଥାନ ଅଧିନ ଅମବା ତିଓ୍ବାରୀ ଗ୍ରାମକୁ ଯାଇଥିଲେ । ସେଠାରେ ତାଙ୍କୁ ଯୁବତୀଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ନିସ୍ତୁକ ମାଡ ମାରିବା ସହ ସହ ମାରଣାସ୍ତ୍ରରେ ହତ୍ୟା କରି ମୃତଦେହ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ବିକାଶଙ୍କ ପିତା ଅଭିଯୋଗ କରିଛନ୍ତି ।ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିବାବେଳେ ଯୁବତୀଙ୍କ ପରିବାର ସଦସ୍ୟ ଏହାକୁ ବିରୋଧ କରି ଆସୁଥିଲେ । ଏପରିକି ସେମାନେ ପୂର୍ବରୁ ମୃତ ବିକାଶର ପରିବାରକୁ ଚେତାବନୀ ସହ ଧମକ ମଧ୍ୟ ଦେଇଥିବା ସୂଚନା ମିଳିଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିସାରିଥିବାବେଳେ, ମୃତକଙ୍କ ପିତାଙ୍କ ଏତଲା ଆଧାରରେ ସମ୍ପୃକ୍ତ ଯୁବତୀଙ୍କ ପରିବାରର କିଛି ସଦସ୍ୟଙ୍କ ସମେତ ମୋଟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେରା ମଧ୍ୟ ଜାରି ରହିଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking