40.1 C
Bhubaneswar
Saturday, April 27, 2024
Homeଓଡିଶା୨.୭୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

୨.୭୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ସରକାରୀ ଚାକିରି କରେଇ ଦେବା ଆଳରେ ଯୁବତୀଙ୍କ ସହ ହୋଇଥିଲା ଚିହ୍ନା ପରିଚୟ । ଧିରେ ଧିରେ ସେହି ପରିଚୟ ପ୍ରେମ ସମ୍ପର୍କରେ ପରିଣତ ହୋଇ ଯାଇଥିଲା । ଯାହାଫଳରେ ଅଭିଯୁକ୍ତ ଯୁବତୀଙ୍କ ସହ ବିଭିନ୍ନ ସମୟରେ ଶାରିରୀକ ସମ୍ପର୍କ ରଖିବା ସହିତା ୨.୭୦ଲକ୍ଷ ଟଙ୍କା ଠକି ନେଇଥିଲେ । ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଆଜି କ୍ୟାପିଟାଲ ଥାନା ପୁଲିସ ନୟାଗଡ ଜିଲ୍ଲାର ସୁକାନ୍ତ କୁମାର ନାୟକ(୪୨)ଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ପୀଡ଼ିତା ଯୁବତୀ ଜଣଙ୍କ ସିଭିଲ ସରଭିସ୍ ପରୀକ୍ଷା ପାଇଁ ଭୁବନେଶ୍ୱରରେ ରହି ପ୍ରସ୍ତୁତି କରିଆସୁଥିଲେ । ଏହାରି ଭିତରେ ଚାକିରି କରେଇଦେବା ନେଇ ଗତ ବର୍ଷ ପୀଡ଼ିତାଙ୍କ ଯୋଗାଯୋଗରେ ଆସିଥିଲେ । ଏହା ପରେ ସୁକାନ୍ତ ପୀଡ଼ିତାଙ୍କର ନିକଟତ୍ତର ହୋଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା । ଏହି ସବୁ ମଧ୍ୟରେ ଅଭିଯୁକ୍ତ ଜଣକ କ୍ରମଶ ବିଭିନ୍ନ ସମୟରେ ପୀଡ଼ିତାଙ୍କ ଠାରୁ ୨.୭୦ ଲକ୍ଷ ଟଙ୍କା ନେଇଥିଲେ । ଅଭିଯୁକ୍ତ ଜଣକ ବିବାହ କରିବାର ମିଥ୍ୟା ପ୍ରତଶ୍ରୂତି ଦେଇ ପୀଡ଼ିତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଅନେକ ସମୟରେ ତାଙ୍କର ଇଛା ବିରୁଦ୍ଧରେ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିଥିଲେ । ପୀଡ଼ିତା ଗର୍ଭବତୀ ହେବା ନେଇ ଜାଣିବା ପରେ ଅଭିଯୁକ୍ତ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଥିଲେ । ଏବଂ ତାଙ୍କୁ ଧମକ ଦେବ ସହ ଗର୍ଭନଷ୍ଟ କରିବାକୁ କହିଥିଲେ । ଅଭିଯୁକ୍ତ ଓ ତାଙ୍କର ଭାଇ ଅନ୍ୟ ଜଣେ ସହଯୋଗୀଙ୍କ ସହିତ ପୀଡ଼ିତାଙ୍କଠାରୁ ନେଇଥିବା ଟଙ୍କାକୁ ଆତ୍ମସାତ କରିଥିବା ନେଇ ସେ ତାଙ୍କର ଏତଲାରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ମାମଲାର ତଦନ୍ତ କରି କ୍ୟାପିଟାଲ ଥାନା ପୁଲିସ ସୁକାନ୍ତ ଗିରଫ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ ।କ୍ୟାପିଟାଲ ଥାନା ପୁଲିସ ପୀଡ଼ିତାଙ୍କ ଏତଲା ଆଧାରରେ ତଦନ୍ତ କରିବା ସହ ସୁକାନ୍ତ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking