33.1 C
Bhubaneswar
Saturday, April 27, 2024
Homeଓଡିଶାଦାମଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଦାମଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ୮୩ ବର୍ଷ ବୟସରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ପରଲୋକ ହୋଇଛି । ଆଜି (ଶୁକ୍ରବାର) ସକାଳ ୫ଟା ୨୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶଂଖ ଭବନରେ ରହିଛି ଦାମୋଦର ରାଉତଙ୍କ ପାର୍ଥୀବ ଶରୀର । ଏଠାରେ ତାଙ୍କୁ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାମଙ୍କ ବିୟୋଗରେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିବା ସହ ତାଙ୍କ କାର୍ୟ୍ୟ ଦକ୍ଷତାକୁ ସ୍ମରଣ କରିଥିଲେ ଏବଂ ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking