41.1 C
Bhubaneswar
Sunday, April 28, 2024
Homeଓଡିଶାଭୁବନେଶ୍ୱରରେ ଯାନବାହାନ କଡାକଡି ଯାଞ୍ଚ

ଭୁବନେଶ୍ୱରରେ ଯାନବାହାନ କଡାକଡି ଯାଞ୍ଚ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନ କ୍ରମରେ ଭୁବନେଶ୍ୱର କମିଶନରେଟ ପୁଲିସ ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ ଚାଲୁଅଛି । ଏହି ଅଭିଯାନରେ ରାସ୍ତାରେ ଯାତାୟାତ କରୁଥିବା ସମସ୍ତ ଯାନବାହାନକୁ ଯାଞ୍ଚ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟ ବିରୋଧରେ ମଧ୍ୟ ଧରପଗଡ କରାଯାଇ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଗାଡି ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ଭୁବନେଶ୍ୱର ସହରାଞ୍ଚଳରେ ଥିବା କ୍ୟାପିଟାଲ ଥାନା, ଲକ୍ଷ୍ମୀସାଗର ଥାନା, ମଞ୍ଚେଶ୍ୱର ଥାନା, ସହୀଦନଗର ଥାନା, ଇନଫୋସିଟି ଥାନା, ଓ ଖଣ୍ଡଗିରୀ ଥାନା ଅନ୍ତର୍ଗତ ରସୁଲଗଡ ଛକ, ଲକ୍ଷ୍ମୀସାଗର ଛକ, ରାଜମହଲ ଛକ, ଡେଲ୍ଟା ଛକ, ଆଇଏମଏମଟି ଛକ, କିଟ ଛକ ଆଦି ସ୍ଥାନରେ ସମ୍ପୃକ୍ତ ଥାନା ଆଇଆଇସି ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଧରପଗଡ କରାଯାଇଥିବା ବେଳେ, ଏହି ଧରପଗଡ ଅଭିଯାନରେ ପୁଲିସ ଅଧିକାରୀ ଏବଂ ଥାନା କର୍ମଚାରୀଙ୍କ ସମତେ ୧୨ ସେକ୍ସନ (୪ ପ୍ଲାଟୁନ) ପୁଲିସ ଫୋର୍ସ ସାମିଲ ହୋଇଥିଲେ । ଏହି କ୍ରମରେ ଗତ କାଲି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଯାଞ୍ଚ ଅଭିଯାନ ସମୟରେ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ହେଉଥିବା ଅଭିଯାନ କ୍ରମରେ ଗତ ଜାନୁଆରୀ ମାସରୁ ଏଯାବତ ମୋଟ ୩୦୬ ଜଣ ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ମୋଟ ୩୫୭ ଟି ଯାନ ଜବତ କରାଯାଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking