40.1 C
Bhubaneswar
Saturday, April 27, 2024
Homeଓଡିଶାଶୋକପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ

ଶୋକପ୍ରକାଶ କଲେ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ୮୩ ବର୍ଷ ବୟସରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ପରଲୋକ ହୋଇଛି । ଆଜି (ଶୁକ୍ରବାର) ସକାଳ ୫ଟା ୨୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତ ନେଇ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଦାମଙ୍କ ବ୍ରେନଡେଡ ହୋଇଥିବା ନେଇ ଗତକାଲି ପୁଅ ସୂଚନା ଦେଇଥିଲେ । ତାଙ୍କୁ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ହେଲେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଦାମଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ”ଦାମୋଦର ରାଉତ ବିଧାନସଭାରେ ଓ ମନ୍ତ୍ରୀମଣ୍ଡଳରେ ମୋର ଜଣେ ସହଯୋଗୀ ଓ ଘନିଷ୍ଠ ବନ୍ଧୁ ଥିଲେ । ସେ ସରକାରଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦେଉଥିଲେ । ସେ କରିଯାଇଥିବା ଅନେକ ଲୋକହିତକର କାର୍ୟ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ ରଖିବ । ତାଙ୍କର ବିୟୋଗ ରାଜ୍ୟ ରଜନୀତିରେ ଏକ ଅପୂରଣୀୟ କ୍ଷତି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking