40.1 C
Bhubaneswar
Saturday, April 27, 2024
Homeଓଡିଶାଚିଟ୍‌ଫଣ୍ଡ ଠକେଇ ମାମଲା; ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଚିଟ୍‌ଫଣ୍ଡ ଠକେଇ ମାମଲା; ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟଙ୍କ ନୋଟିସ୍

କଟକ: ଚିଟ୍‌ଫଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଆଜି ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଦୁର୍ନୀତି ନିବାରଣ ଆଇନରୁ ହାଁସଦାଙ୍କୁ ଦୋଷମୁକ୍ତ କରାଯିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସିବିଆଇ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହାଇକୋର୍ଟ ଉକ୍ତ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଁସଦାକୁ ନୋଟିସ ଜାରି କରିଛନ୍ତି । ୨୦୧୪ରେ ବିଜୁ ଜନତା ଦଳର ତତ୍କାଳୀନ ମୟୁରଭଞ୍ଜ ସାଂସଦ ଶ୍ରୀ ହାଁସଦାଙ୍କୁ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଗିରଫ କରିଥିଲା । ସେ ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ୍ ମାମଲାରେ ଗିରଫ ହୋଇଥିଲେ । ସେତେବେଳେ ନବଦିଗନ୍ତର ସିଏମ୍‌ଡି ଅଞ୍ଜନ ବଳିୟାରସିଂ, ପ୍ରତିଷ୍ଠାତା ପ୍ରଦୀପ କୁମାର ଓ କେନ୍ଦୁଝରର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ମଧ୍ୟ ଗିରଫ ହୋଇଥିଲେ । ହାଁସଦା ଝାରପଡ଼ା ଜେଲ୍‌ରେ ଥିବା ବେଳେ ଗୋଟିଏ ଦିନ ପାର୍ଲାମେଣ୍ଟ ରେ ଯୋଗଦେବା ନିମନ୍ତେ ଅନୁମତି ଦେବାକୁ ୨୦୧୫ରେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । କାରଣ ଲଗାତାର ୬୦ ଦିନ ପାର୍ଲାମେଣ୍ଟରେ ଅନୁପସ୍ଥିତ ରହିଲେ ସଭ୍ୟ ପଦ ରଦ୍ଦ ହେବାର ଆଇନ ରହିଛି । ଏହି କାରଣରୁ ତାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରି ଅନୁମତି ଦେଇଥିଲେ । ହାଁସଦା ସିବିଆଇ ହେପାଜତରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ପାର୍ଲାମେଣ୍ଟରେ ଗୋଟିଏ ଦିନ ଯୋଗ ଦେବା ପରେ ପୁଣି ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ପରବର୍ତ୍ତି ସମୟରେ ମାମଲାର ବିଚାର ପରେ ନିମ୍ନ କୋର୍ଟ ତାଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗରୁ ହାଁସଦାଙ୍କୁ ଦୋଷମୁକ୍ତ କରିଥିଲେ । ଏହାକୁ ନେଇ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking