29.1 C
Bhubaneswar
Wednesday, May 8, 2024
Homeଅପରାଧ୨ ବର୍ଷୀୟା କୁନି ଝିଅକୁ ଦୁଷ୍କର୍ମ କଲା ୧୩ ବର୍ଷର ଦାଦାପୁଅ ଭାଇ

୨ ବର୍ଷୀୟା କୁନି ଝିଅକୁ ଦୁଷ୍କର୍ମ କଲା ୧୩ ବର୍ଷର ଦାଦାପୁଅ ଭାଇ

ଲକ୍ଷ୍ନୌ: ସୀମା ଟପିଲା ପାଶବିକତା । କାମନା ନିଆଁରେ ଜଳି ସମ୍ପର୍କରେ କଳଙ୍କ ଲଗାଇଲା ଭାଇ । ଜଣେ ୨ ବର୍ଷୀୟା କୁନି ଝିଅ ସହ ଦୁଷ୍କର୍ମ କରିଛି ସମ୍ପର୍କୀୟ ଭାଇ । ଉତ୍ତରପ୍ରଦେଶର ମୋହନଲାଲଗଞ୍ଜ କୋତବାଲି ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବଡ କଥା ହେଉଛି ଅଭିଯୁକ୍ତର ବୟସ ମାତ୍ର ୧୩ ବର୍ଷ । ସେ କୁନି ଝିଅଟିର ସମ୍ପର୍କରେ ଦାଦା ପୁଅ ଭାଇ । ତେବେ ଅଭିଯୁକ୍ତ ନାବାଳକ ଜଣକ ଦୁଷ୍କର୍ମ କରିବା ପରେ ଫେରାର୍ ହୋଇଯାଇଥିବା ଜଣାପଡିଛି । ପୀଡିତାଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଡିସିପି ସାଉଥ ବିନୀତଙ୍କ ସମେତ ମୋହନଲାଲଗଞ୍ଜ ଏଡିସିପି, ଏସିପି ପୀଡିତାଙ୍କ ଘରେ ପହଞ୍ଚି ଛାନଭିନ୍ କରିଛନ୍ତି ।

ସୂଚନା ଅନୁଯାୟୀ, ପୀଡିତା ଶିଶୁକନ୍ୟାର ବାପା ପ୍ଲମ୍ବର ଭାବେ କାମ କରନ୍ତି । ସେ ନିଜ କାମରେ ବାହାରକୁ ଯାଇଥିଲେ । ସେହି ସମୟରେ କୁନି ଝିଅଟି ଘର ବାହାରେ ଏକାକି ଖେଳୁଥିବା ବେଳେ ଦାଦା ପୁଅ ଭାଇ ତା’ ନିକଟକୁ ଆସିଥିଲା । ୧୩ ବର୍ଷୀୟ ନାବାଳକ ଶିଶୁକନ୍ୟା ସହ ଖେଳିବା ବାହାନାରେ ନିଜ ଘରକୁ ନେଇଯାଇଥିଲା ଓ ଦୁଷ୍କର୍ମ କରିଥିଲା । ଏହାପରେ ଫେରାର ହୋଇଯାଇଥିଲା ନାବାଳକ । ଯନ୍ତ୍ରଣାରେ ଛଟପଟ କୁନି ଝିଅଟି କାନ୍ଦି କାନ୍ଦି ନିଜ ଘରେ ପହଞ୍ଚିଥିଲା । ମାଆ କାନ୍ଦିବାର କାରଣ ପଚାରିବାରୁ ଝିଅଟି ସବୁ କଥା କହିଥିଲା । ଏହାପରେ ପୀଡିତାଙ୍କ ବାପାମାଆ ଅଭିଯୁକ୍ତ ନାବାଳକର ଘରେ ପହଞ୍ଚି ଏ କଥା ଜଣାଇଥିଲେ ।

ମାତ୍ର ନାବାଳକର ପରିବାର ଲୋକେ ଓଲଟା ସେମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଫଳରେ ନ୍ୟାୟ ପାଇଁ ପୀଡିତାଙ୍କ ବାପା ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେ ନିକଟସ୍ଥ ମୋହନଲାଲଗଞ୍ଜ କୋତବାଲି ଥାନାରେ ଅଭିଯୁକ୍ତ ନାବାଳକ ବିରୋଧରେ ଏତଲା ଦେଇଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ନାବାଳକ ଫେରାର୍ ଥିବା ଜଣାପଡିଛି । ଡିସିପି ସାଉଥ ବିନୀତ ଜୟସ୍ୱାଲ କହିଛନ୍ତି ଯେ, ଦୁଇ ବର୍ଷୀୟା ଶିଶୁକନ୍ୟାକୁ ତା’ର ଦାଦାପୁଅ ଭାଇ ଦୁଷ୍କର୍ମ କରିଛି । ଅଭିଯୁକ୍ତର ବୟସ ମାତ୍ର ୧୩ ବର୍ଷ । ମୋହନଲାଲଗଞ୍ଜ ପୋଲିସ ଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି । ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking