ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଠାରେ ଆଜି ଧାରଣାରେ ବସିଲେ ତିନି ରାଜ୍ୟ l ସେଠାରେ ମୋଟୁ ଅଞ୍ଚଳବାସୀ ତଥା ତିନି ରାଜ୍ୟ ର ଅଞ୍ଚଳବାସୀ ଧାରଣାରେ ସାମିଲ ହେଲେ ସୀମାନ୍ତ ଓଡିଶା,ଆନ୍ଧ୍ର ଓ ଛତିଶଗଡ ବାସିନ୍ଦା । ସିଲେରୁ ପୋଲ ଉଦଘାଟନକୁ ସରକାର ବିଳମ୍ବ କରୁଥିବା ଯୋଗୁ ଆଜି ଧାରଣାରେ ବସିଲେ ମୋଟୁ, କାଲିମେଳା ଓ ସିମାନ୍ତବର୍ତୀ ଅଞ୍ଚଳର ଲୋକେ l ସୀମାନ୍ତ ଆନ୍ଧ୍ରକୁ ସଂଯୋଗ କରୁଥିବା କାଲେରୁ ବ୍ରିଜ ନିର୍ମାଣକୁ ଆଜି ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ବ୍ରିଜଟି ଏବେ ପର୍ଯ୍ୟନ୍ତ ଉଦଘାଟନ ହୋଇପାରୁନାହିଁ । ଏହି ପୋଲ ତିନି ରାଜ୍ୟକୁ ସଂଯୋଗ କରିବା ଫଳରେ ତିନି ରାଜ୍ୟର ଲୋକେ ଉପକୃତ ହେଇପାରିବେ l ଉଦଘାଟନ ହୋଇନଥିବାରୁ ଏକ ଗେଟ ଲଗାଇ ବ୍ରିଜ଼ ବନ୍ଦ କରାଯାଇଅଛି । ତୁରନ୍ତ ଏହାକୁ ଉଦଘାଟନ କରିବାକୁ ତିନି ରାଜ୍ୟର ଗ୍ରାମବାସୀ ଦାବି କରିଛନ୍ତି । ଯଦି ଆସନ୍ତା ୧୫ ଦିନ ମଧ୍ୟରେ ଉଦଘାଟନ କରାନଗଲେ ଗେଟ ଭାଙ୍ଗି ଯାନବାହନ ଚଳାଚଳ କରାଯିବ ବୋଲି ଅଞ୍ଚଳ ବାସି ଚେତାବନୀ ଦେଇଛନ୍ତି । ହେଲେ ଦେଖିବାକୁ ବାକିରହିଛି ସରକାରଙ୍କ ପ୍ରତି ସେତୁ ଉଦଘାଟନ କେତେ ଶୀଘ୍ର ସଫଳ ହେଇପାରୁଛି |
ଆସନ୍ତା ୧୫ ଦିନ ମଧ୍ୟରେ ଉଦଘାଟନ କରାନଗଲେ ଗେଟ ଭାଙ୍ଗି ଯାନବାହନ ଚଳାଚଳ କରାଯିବ ବୋଲି ଅଞ୍ଚଳ ବାସି ଚେତାବନୀ ଦେଇଛନ୍ତି
https://onakhabar.com/2020/02/18/villegers-attack-nesco-employee/