28.1 C
Bhubaneswar
Wednesday, April 24, 2024
Homeଓଡିଶାମୋଡ଼ ବଦଳାଇଲା ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା

ମୋଡ଼ ବଦଳାଇଲା ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା

ମୟୁରଭଞ୍ଜ – ମୋଡ଼ ବଦଳାଇଲା ଆଦିବାସୀ ଛାତ୍ରୀ ନିବାସରେ ଛାତ୍ରୀ ମୃତ୍ୟୁ ଘଟଣା । ତାତିଲେ ମୃତା ଛାତ୍ରୀର ପରିବାର ବର୍ଗ ଓ ଗ୍ରାମବାସୀ ଆଉ ଅବରୋଧ କଲେ ଧାଙ୍ଗିଡ଼ିଶୋଳ ନିକଟରେ ଯାଇଥିବା ୧୮ନଂ ଜାତୀୟ ରାଜପଥ । ମୃତା ଛାତ୍ରୀଙ୍କ ପରିବାର ବର୍ଗକୁ କ୍ଷତିପୁରଣ ପ୍ରଦାନ ଓ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତି ଦାବିକରି ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଧାଙ୍ଗିଡିଶଳ ଛକ ନିକଟରେ ଜାତୀୟ ରାଜପଥ ୧୮ନଂକୁ ଅବରୋଧ କରି ରଖିଥିଲେ । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡି ଗୁଡିକ ଛିଡା ହେଇଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ସାରସକଣା ତହସିଲଦାର ଓ ଝାରପୋଖରିଆ ଥାନା ଅଧିକାରୀ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ Red cross ପାଣ୍ଠିରୁ ୧୦୦୦୦ ଟଙ୍କା ମୃତା ଛାତ୍ରୀର ପରିବାରକୁ ପ୍ରଦାନ କରିବା ସହ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ବିଭାଗୀୟ ତଦନ୍ତର ପ୍ରତିଶୃତି ଦେଲା ପରେ ରାସ୍ତା ରୋକ ହଟିଥିଲା । ମାତ୍ର ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ଆଦିବାସୀ ଛାତ୍ରୀ ନିବାସରେ ମୃତ୍ୟୁ ଘଟଣା ବଢି ଚାଲିଥିଲେ ମଧ୍ୟ ନିର୍ବିଜାର ପ୍ରଶାସନ ଆଉ ହଷ୍ଟେଲ ପରିଚାଳନା ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବେଫିକର କାହିଁକି ବୋଲି ପ୍ରଶ୍ନ ଉଠେ । ତେବେ ହଷ୍ଟେଲରେ ଅନ୍ତେବାସୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଆଲୋଚନା ହେଉଛି । ଆଉ ଏଥିରୁ ସଞ୍ଚିତ ଅର୍ଥ ତଳୁ ଉପର ସମସ୍ତଙ୍କର ଅଳ୍ପବହୁତ ଭାଗ ରହି ଥିବାରୁ ହଷ୍ଟେଲ ପରିସରକୁ ଗଣମାଧ୍ୟମର ପ୍ରବେଶକୁ ବାରଣ କରାଯାଇ ହେଉଥିବା ଅନିୟମିତତା ଲୁଚାଇବାକୁ ସରକାର ଚତୁରତାର ସହ ଉଦ୍ୟମ କରି ଆସୁଥିବା ବେଳେ ଏହାର ଭରପୁର ଫାୟଦା ଉଠାଉଛନ୍ତି ଅସାଧୁ ପ୍ରଶାସନିକ ଅଧିକାରୀ ଓ ସ୍କୁଲର କର୍ମଚାରୀ । ଆଉ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ଯୋଗୁଁ ଅସମୟରେ ଝରିପଡୁଛି ସରଲନିରୀହ ଅନ୍ତେବାସୀଙ୍କ ଜୀବନ । ହେଲେ ତଦନ୍ତ ଆଳରେ କାର୍ଯ୍ୟାନୁଷ୍ଠାନ ଶୁନ୍ କାହିଁକି ଓ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ଉଠୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking