26.1 C
Bhubaneswar
Friday, March 29, 2024
Homeଓଡିଶାନେସ୍କୋ ପାୱାର ବାର୍ଷିକ ଅଧିବେଶନ ଓ କର୍ମଚାରୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା

ନେସ୍କୋ ପାୱାର ବାର୍ଷିକ ଅଧିବେଶନ ଓ କର୍ମଚାରୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା

ଯାଜପୁର- ସୋମବାର ନେସ୍କୋ ପାୱାର ଏମ୍ପ୍‌ଲୟୀ ୟୁନିୟନର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ ଯାଜପୁର ରୋଡ ଟି.ଟି.ଏସ୍ କୋଲୋନୀ ମନ୍ଦିର ପରିଷରରେ ଅନୁଷ୍ଠିତ ହୋଇଥିଲା । ଯାଜପୁର ରୋଡ ନେସ୍କୋ ବିଦ୍ୟୁତ୍ ଡିଭିଜନ୍ ଥିଲା ବାର୍ଷିକ ଅଧିବେଶନ । ନେସ୍କୋ ପାୱାର ଏମ୍ପ୍‌ଲୟୀ ୟୁନିୟନର ରାଜ ସ୍ତରୀୟ ନେତା ମାନେ ଯୋଗ ଦେଇଥିଲେ । ଶ୍ରମିକ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟ ଉପରେ ନିବିଡ ଭାବରେ ଆଲୋଚନା କରାଯାଇଥିଲା । କର୍ମଚାରୀ ମାନଙ୍କ ଅଭାବ ଥିବାରୁ ଅଭାବକୁ ପୂରଣ କରାଯାଉନି । ସେମାନଙ୍କ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆ ଯାଉନଥିବାରୁ କର୍ମଚାରୀ ମୃତ୍ୟୁ ବରଣ କରୁଛନ୍ତି, ସେଥିପ୍ରତି ନେସ୍କୋ କର୍ତୁପକ୍ଷଙ୍କର ନିଘା ନାହିଁ । ବିଦ୍ୟୁତ୍ ଲାଇନ୍ ମରାମତି ସାଙ୍ଗକୁ ବିଦ୍ୟୁତ୍ ଦେୟ ଆଦାୟ କରିବା ପାଇଁ କର୍ତୁପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରାଯାଉନାହିଁ । ୪ ଜଣ ଯାଗାରେ ଜଣେ କାର୍ଯ୍ୟ କରୁଛନ୍ତି ଓ ଉପଭୋକ୍ତାଙ୍କର ରାଗର ଶିକାର ହେଉଛନ୍ତି । ଅବସର ପରେ ଠିକ ସମୟରେ ସେମାନଙ୍କର ଗ୍ରାଚ୍ୟୁଟି ଓ ବାକିଆ ପାଉଣା ଦିଆ ଯାଉନାହିଁ । ନେସ୍କୋ କର୍ମଚାରୀ ମାନଙ୍କୁ କମ୍ପାନୀ ହେ ଜ୍ଞାନ କରି ଚାଲିଛି । ଆଗାମୀ ଦିନରେ ନେସ୍କୋ ପାୱାର ଏମ୍ପ୍‌ଲୟୀ ୟୁନିୟନ କର୍ମଚାରୀ ଓ ଶ୍ରମିକ ସମସ୍ୟା ନେଇ ଆନ୍ଦୋଳନ କରିବ ବୋଲି ନିଷ୍ପତି ନିଆଯାଇଛି । ପ୍ରଥମେ କର୍ତପକ୍ଷଙ୍କ ସହ ଆଲୋଚନା କରଯିବ । ସମସ୍ୟା ଗୁଡିକ ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ନେତୃବୃନ୍ଦ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଯାଜପୁର ରୋଡ ବିଦ୍ୟୁତ ଡିଭିଜନ୍‌ର ସମ୍ପାଦକ ଚନ୍ଦ୍ରମଣି ସାମଲ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଘନ ସାମଲ ରାଉତ୍ ବିବରଣୀ ପାଠ କରିବା ସଂଗେ ଅତିଥି ପରିଚୟ କରିଥିଲେ । ମୁଖ୍ୟ ଅତିଥି ଭାବେ ନେସ୍କୋ ପାୱାର ଏମ୍ପ୍‌ଲୟୀ ୟୁନିଅନ୍‌ର ରାଜ୍ୟ ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକ ସହ ସମ୍ପାଦକ ସୁରେନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ଏବଂ ଉପଦେଷ୍ଟା ପ୍ରଫୁଲ କୁମାର ନାୟକ ବିଶ୍ୱ ରଂଜନ ତ୍ରିପାଠି ହେମନ୍ତ କୁମାର ନାୟକ, ପ୍ରଦୀପ ଗାହାଣ, ମହେନ୍ଦ୍ର କୁମାର ପତି, ଲକ୍ଷ୍ମୀପ୍ରିୟା ବାରିକ, ମମତା ସେନାପତି, ଲାଲାଟେନ୍ଦୁ ରାୟ, ବିଜୟ କୁମାର ଦାସ, ଶୁରେଶ ଭାରତୀ, ରତିକାନ୍ତ ମଲିକ, ରାମଚନ୍ଦ ରଥ, ଝୁମର ମଲିକ, ପ୍ରମୋଦ ସାମଲ, ସୀତାକାନ୍ତ ଆଚାର୍ଯ୍ୟ, ରବି ନାରାୟଣ ଜେନା, ପ୍ରୀତମ ଦାସ, ଲକ୍ଷ୍ମୀ ନାରାୟଣ ଶତପଥୀ, ବେଣୁଧର ଦାସ, ଦେବାଶିଶ ସାହୁ, ଭାଗୀରଥି ସାହୁ, ବିବେକ ନାୟକ, ମୁକ୍ତିକାନ୍ତ ସାହୁ ପ୍ରମୁଖ କର୍ମଚାରୀ ମାନଙ୍କ ସମସ୍ୟ ଉପରେ ଆଲୋକପାତ କରିଥିଲେ । ଶେଷରେ କିଶୋର ଚନ୍ଦ୍ର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking