26.1 C
Bhubaneswar
Friday, March 29, 2024
Homeଓଡିଶାଆସନ୍ତା ୧୫ ଦିନ ମଧ୍ୟରେ ଉଦଘାଟନ କରାନଗଲେ ଗେଟ ଭାଙ୍ଗି ଯାନବାହନ ଚଳାଚଳ କରାଯିବ ବୋଲି...

ଆସନ୍ତା ୧୫ ଦିନ ମଧ୍ୟରେ ଉଦଘାଟନ କରାନଗଲେ ଗେଟ ଭାଙ୍ଗି ଯାନବାହନ ଚଳାଚଳ କରାଯିବ ବୋଲି ଅଞ୍ଚଳ ବାସି ଚେତାବନୀ ଦେଇଛନ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଠାରେ  ଆଜି ଧାରଣାରେ ବସିଲେ ତିନି ରାଜ୍ୟ  l ସେଠାରେ ମୋଟୁ ଅଞ୍ଚଳବାସୀ ତଥା ତିନି ରାଜ୍ୟ ର ଅଞ୍ଚଳବାସୀ ଧାରଣାରେ ସାମିଲ ହେଲେ ସୀମାନ୍ତ ଓଡିଶା,ଆନ୍ଧ୍ର ଓ ଛତିଶଗଡ ବାସିନ୍ଦା । ସିଲେରୁ ପୋଲ ଉଦଘାଟନକୁ ସରକାର ବିଳମ୍ବ କରୁଥିବା ଯୋଗୁ ଆଜି ଧାରଣାରେ ବସିଲେ ମୋଟୁ, କାଲିମେଳା ଓ ସିମାନ୍ତବର୍ତୀ ଅଞ୍ଚଳର ଲୋକେ l ସୀମାନ୍ତ ଆନ୍ଧ୍ରକୁ ସଂଯୋଗ କରୁଥିବା କାଲେରୁ ବ୍ରିଜ ନିର୍ମାଣକୁ ଆଜି ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ବ୍ରିଜଟି ଏବେ ପର୍ଯ୍ୟନ୍ତ ଉଦଘାଟନ ହୋଇପାରୁନାହିଁ । ଏହି ପୋଲ ତିନି ରାଜ୍ୟକୁ ସଂଯୋଗ କରିବା ଫଳରେ ତିନି ରାଜ୍ୟର ଲୋକେ ଉପକୃତ ହେଇପାରିବେ l ଉଦଘାଟନ ହୋଇନଥିବାରୁ ଏକ ଗେଟ ଲଗାଇ ବ୍ରିଜ଼ ବନ୍ଦ କରାଯାଇଅଛି । ତୁରନ୍ତ ଏହାକୁ ଉଦଘାଟନ କରିବାକୁ ତିନି ରାଜ୍ୟର  ଗ୍ରାମବାସୀ ଦାବି କରିଛନ୍ତି । ଯଦି ଆସନ୍ତା ୧୫ ଦିନ ମଧ୍ୟରେ ଉଦଘାଟନ କରାନଗଲେ ଗେଟ ଭାଙ୍ଗି ଯାନବାହନ ଚଳାଚଳ କରାଯିବ ବୋଲି ଅଞ୍ଚଳ ବାସି ଚେତାବନୀ ଦେଇଛନ୍ତି । ହେଲେ ଦେଖିବାକୁ ବାକିରହିଛି ସରକାରଙ୍କ ପ୍ରତି ସେତୁ ଉଦଘାଟନ କେତେ ଶୀଘ୍ର ସଫଳ ହେଇପାରୁଛି |

https://onakhabar.com/2020/02/18/villegers-attack-nesco-employee/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking