34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି ଜବତ କଲା ଇଡି

ରାଜ କୁନ୍ଦ୍ରାଙ୍କ ୯୮ କୋଟିର ସମ୍ପତ୍ତି ଜବତ କଲା ଇଡି

ପୁଣେ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ଲାଗିଛି ଶକ୍ତ ଝଟକା। ରାଜଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି। ବିଟ କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି। ଜବତ ସମ୍ପତ୍ତି ମଧ୍ୟରେ ଜୁହୁସ୍ଥିତ ଏକ ଫ୍ଲାଟ, ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ଶେଆର ରହିଛି। ଜୁହୁସ୍ଥିତ ଫ୍ଲାଟ ରାଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପାଙ୍କ ନାଁରେ ଥିବା ଜଣାଯାଇଛି।
ଇଡି ଏହି ମାମଲାର ତଦନ୍ତ କରିବା ପରେ ଏହି ମାମଲାର ମାଷ୍ଟର ମାଇଣ୍ଡ ଅମିତ ଭରଦ୍ୱାଜଙ୍କ ନିକଟରୁ ରାଜ କୁନ୍ଦ୍ରା ୨୮୫ ବିଟ କଏନ ପାଇଥିବା ଅଭିଯୋଗ ହୋଇଥିଲା। ଏହାର ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହା ବଦଳରେ ରାଜ କୁନ୍ଦ୍ରା ୟୁକ୍ରେନରେ ବିଟ କଏନ ନିର୍ମାଣ ନିମନ୍ତେ ଏକ ଫ୍ୟାକ୍ଟ୍ରି ସ୍ଥାପନ କରିବେ ବୋଲି ଡିଲ୍ ହୋଇଥିଲା। ମାତ୍ର ତାହା ଫଳପ୍ରଦ ହୋଇ ପାରି ନ ଥିଲା।
ଏହି ଘଟଣାରେ ସିମ୍ପି ଭରଦ୍ୱାଜ, ନିତୀନ ଗୌର ଓ ନିଖିଳ ମହାଜନ ନାମକ ୩ ବ୍ୟକ୍ତିଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ଭରଦ୍ୱାର ଓ ମହେନ୍ଦ୍ର ଭରଦ୍ୱାଜ ଏବେବି ଫେରାର ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking