29.1 C
Bhubaneswar
Wednesday, May 1, 2024
Homeଓଡିଶାଆରପାରିରେ ବିଶିଷ୍ଠ ଅଭିନେତା ତଥା ନିର୍ଦେଶକ ସଚ୍ଚି ଦାସ

ଆରପାରିରେ ବିଶିଷ୍ଠ ଅଭିନେତା ତଥା ନିର୍ଦେଶକ ସଚ୍ଚି ଦାସ

ଯାଜପୁର : ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ବିଶେଷ କରି ରାଜ୍ୟର ସମସ୍ତ କଳାକାର ଓ ଅଗଣିତ ଦର୍ଶକଙ୍କୁ ଏହି ଖବର ବ୍ୟଥିତ କରିଛି । ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପିଲା ବେଳୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା । ବୟସ ବଢ଼ିବା ସହିତ ସେ କଳା ଜଗତରେ ନିଜକୁ ବେଶ ପ୍ରତିଷ୍ଠିତ କରିଥିଲେ ।କଟକରୁ ତାଙ୍କ ମର ଶରୀର ବରୀ ଆନନ୍ଦପୁର ସ୍ଥିତ ବାସ ଭବନକୁ ଅଣାଯାଇ ନିଜ ପୈତୃକ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking