29.1 C
Bhubaneswar
Saturday, April 27, 2024
Homeଓଡିଶାଭୁବନେଶ୍ୱରରେ ଆଉ ନୂଆ ୯ କରୋନା ପଜେଟିଭ

ଭୁବନେଶ୍ୱରରେ ଆଉ ନୂଆ ୯ କରୋନା ପଜେଟିଭ

ଭୁବନେଶ୍ୱର: ରାଜ୍ୟ ପାଇଁ ପୁଣି ଏକ ଚିନ୍ତାଜନକ ଖବର । ଆଜି ରାଜଧାନୀ ଭୁବନେଶ୍ୱରରୁ ଆୁ ନୂଆ ୯ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋମ୍ କ୍ୱାରେଣ୍ଟାଇନକୁ ୪ ଟି କେସ ରହିଥିବା ବେଳେ ୩ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ଅନ୍ୟପଟେ ଆଉ ୨ଟି ଲୋକାଲ କଣ୍ଟାକ୍ଟ କେସ ରହିଛି ।
ତେବେ ହୋମକ୍ୱାରେଣ୍ଟାଇନରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ୨୯ ବର୍ଷୀୟା ମହିଳା କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେ ନିକଟରେ ବିହାରରୁ ଫେରିଥିଲେ । ସେହିଭଳି ଏୟାରପୋର୍ଟସ୍ଥିତ ଭୀମପୁରରୁ ଜଣେ ୪୬ ବର୍ଷୀୟ ପୁରୁଷ ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ସେ ମଧ୍ୟ କରୋନାରେ ଆକ୍ରାନ୍ତ ବୋଲି ସୂଚନା ମିଳିଛି । ଅନ୍ୟପଟେ ଭୀମପୁରସ୍ଥିତ ୟୁନିଟ-୬ରୁ ଜଣେ ୨୩ ବର୍ଷୀୟା ଯୁବତୀ କଲିକତାରୁ ନିକଟରେ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏବେ ତାଙ୍କ ରିପୋର୍ଟ ପଜେଟିଭ ଆସିଛି । ଆଉ ଜଣେ ସାଲିଆସାହି ସ୍ଥିତ ନିରଙ୍କରି ନଗରରୁ ୧୯ ବର୍ଷର ବାଳକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ବେଳେ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି ।
ସେହିଭଳି କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ୩ ଜଣ କରୋନା ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ୩୬ ଓ ୩୭ ବର୍ଷୀୟ ପୁରୁଷରହିଥିବା ବେଳେ ଅନ୍ୟ ଜଣେ ୩୦ ବର୍ଷୀୟା ମହିଳା କର୍ମଚାରୀ ରହିଛନ୍ତି ।
ସେହିଭଳି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ଗାଡକଣ ମହିମା ନଗରସ୍ଥିତ ଗୋଟିଏ ପରିବାରର ଦୁଇ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୫୩ ବର୍ଷୀୟ ପୁରୁଷ ଏବଂ ଅନ୍ୟଜଣେ ୧୪ ବର୍ଷର ବାଳଖ ରହିଛନ୍ତି । ପୂର୍ବରୁ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଏବେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ଡମଣାରୁ ଜଣେ ୨୫ ବର୍ଷୀୟ ଯୁବକ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ରାଜଧାନୀରେ ମୋଟ ୧୫୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୨ ଟି ଆକ୍ଟିଭ କେସ ରହିଛି ଏବଂ ୩ ଜଣ କରୋନାରେ ପ୍ରାଣ ହାରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking