26.1 C
Bhubaneswar
Friday, March 29, 2024
Homeଓଡିଶାମହିଳା ଏସଆଇଙ୍କୁ କରୋନା

ମହିଳା ଏସଆଇଙ୍କୁ କରୋନା

ଭୁବନେଶ୍ୱର: ଦିନକୁ ଦିନ ମହାମାରୀ କରୋନାର କାୟା ବଢି ଚାଲିଥିବା ବେଳେ କରୋନା ଯୋଦ୍ଧାଙ୍କୁ ବି କରୋନା ଗ୍ରାସ କରିବାରେ ଲାଗିଛି । ବ୍ରହ୍ମଗିରି ଥାନାର ମହିଳା ଏସଆଇ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ସେ ଅପରାଧୀଙ୍କ ସଂସ୍ପର୍ଶରେ ଆସିଥିଲେ ସଂପୃକ୍ତ ମହିଳା ଏସଆଇ । ଯେଉଁଥିପାଇଁ ସେ ଏବେ କରୋନା ପଜେଟିଭ ରହିଥିବା ସୂଚନା ମିଳିଛି । ଏହା ଜଣା ପଡିବା ପରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା କହିଛନ୍ତି ଏସପି ଉମାଶଙ୍କର ଦାସ । ପୂର୍ବରୁ ବ୍ରହ୍ମଗିରି ଥାନାର ୯ ଜଣ କର୍ମଚାରୀ କ୍ୱାରେଣ୍ଟିନରେ ଅଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୪ ହଜାର ଅତିକ୍ରମ କରିଛି କରୋନା ରୋଗୀଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୭୪ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ୧୭୪ଜଣଙ୍କ ମଧ୍ୟରୁ ୧୪୬ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୮ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଆଜି ୧୮ଟି ଜିଲ୍ଲାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରେ ୩୪ଜଣ, ପୁରୀରୁ ୧୬, ଖୋର୍ଦ୍ଧାରେ ୧୦, ଯାଜପୁର ୯. ନବରଙ୍ଗପୁର ଓ କେନ୍ଦ୍ରାପଡ଼ାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଓ କଳାହାଣ୍ଡିରୁ ୬ଜଣ, କେନ୍ଦୁଝରରୁ ୫ଜଣ, କନ୍ଧମାଳ, ଭଦ୍ରକ ଓ ସୁନ୍ଦରଗଡ଼ରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୪, ବୌଦ୍ଧରୁ ୨, ମାଲକାନଗିରି, ନୂଆପଡ଼ା ଓ ବଲାଙ୍ଗୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking