27.1 C
Bhubaneswar
Friday, March 29, 2024
Homeଓଡିଶାଆଲୁମିନି ଆସୋସିଏସନ କୁ ଅବୈଧ ଘୋଷଣା ପାଇଁ ଅଭିଯୋଗ ପତ୍ର

ଆଲୁମିନି ଆସୋସିଏସନ କୁ ଅବୈଧ ଘୋଷଣା ପାଇଁ ଅଭିଯୋଗ ପତ୍ର

ଭବାନୀପାଟଣା : ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟ ର ଆଲୁମିନି ଆସୋସିଏସନ ର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଶରତ ଶ୍ରୀଚନ୍ଦନ ଙ୍କୁ ଅଗଣତାନ୍ତ୍ରୀକ ପଦ୍ଧତି ରେ ପଞ୍ଜୀକୃତ ହୋଇଥିବା ଆଲୁମିନି ଆସୋସିଏସନ କୁ ଅବୈଧ ଘୋଷଣା ପାଇଁ ଅଭିଯୋଗ ପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ପୁରାତନ ଛାତ୍ର ଙ୍କୁ ନେଇ ୨୦୦୪ ରେ ଏକ ଆଲୁମିନି ଆସୋସିଏସନ ଆରମ୍ଭ ହୋଇଥିଲା । ୨୦୧୦ ମସିହାରେ ମହାବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସମସ୍ତ ଙ୍କୁ ନେଇ ଏକ ଆଲୁମିନି ଆସୋସିଏସନ ଗଠିତ ହେବା ସହ ଆଜୀବନ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ସେ ସମୟରେ ଡ ସୁରଜିତ ସିଂ ଏସୋସିଏସନ ର ସଭାପତି ଥିଲେ । ପୁଣି ୨୦୧୬ ମସିହାରେ ରେ ବାଏ ଲ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ପଦବୀ ଓ କମିଟି ଗଠନ କରାଯାଇଥିଲା । ଏଥିରେ ରାମଚନ୍ଦ୍ର ମହାପାତ୍ର ସଭାପତି, ଭବେନ୍ଦ୍ର ପଣ୍ଡା ଉପସଭାପତି, ଅବିନାଶ ଠାକୁର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ ହୋଇଥିଲା । କିନ୍ତୁ ୨୦୧୯ ମସିହାରେ କିଛି ମୁଷ୍ଟିମେୟ ବ୍ୟକ୍ତି ମିଶି ଆଲୁମିନି ସଦସ୍ୟ ଙ୍କ ବିନା ପରାମର୍ଶ କିମ୍ବା ସାଧାରଣ ସଭା ନଡକାଇ ଲୁଚାଛପାରେ ଏକ ନୂତନ ଆସୋସିଏସନ କରି ନିଜେ ନିଜେ ପଦ ପଦବୀ ଦର୍ଶାଇ ବେଆଇନ ଭାବେ ପଞ୍ଜିକୃତ କରିଛନ୍ତି ବୋଲି ଅଭିଯୋଗ ଆସିଛି । ଏହି ଘଟଣା କୁ ନେଇ ପୂର୍ବରୁ ଗଠିତ ଆଲୁମିନି ଆସୋସିଏସନର ସଦସ୍ୟ ମାନେ ଅତିରିକ୍ତ ଜିଲ୍ଲାପାଳ ତଥା ରେଜିଷ୍ଟ୍ରାର ଅଫ ସୋସାଇଟି ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ପଞ୍ଜିକୃତ ଆସୋସିଏସନ କୁ  ଅବୈଧ ଘୋଷଣା ପାଇଁ ସମସ୍ତ ନଥି ପ୍ରମାଣ ସହ ଅଭିଯୋଗ ପତ୍ର ଦେଇଛନ୍ତି । ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ନିରପେକ୍ଷ ତଦନ୍ତ କରିବା ସହ ଉଚିତ ପଦକ୍ଷପ ନିଆଯିବ ବୋଲି ପ୍ରତିନିଧି ଦଳ କୁ ଆଶ୍ବାସନା ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଆଲୁମିନି ଆସୋସିଏସନ ଉପସଭାପତି ଭବେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ଅବିନାଶ ଠାକୁର, ସହ ସମ୍ପାଦକ ମଣ୍ଟୁ ନାଏକ, ପୁର୍ବତନ କଲେଜ ଅଧ୍ୟକ୍ଷ ଡ ଅଜୟ ମିଶ୍ର, ପୁରାତନ ଛାତ୍ର ସତ୍ୟନାରାୟଣ ମହାପାତ୍ର, କୀର୍ତ୍ତନ ନାଏକ ପ୍ରମୁଖ ସାମିଲ ଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking