28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ୭୫ ପ୍ରତିଶତ ହୋମ୍ ଆଇସୋଲେସନ

ଭୁବନେଶ୍ୱରରେ ୭୫ ପ୍ରତିଶତ ହୋମ୍ ଆଇସୋଲେସନ

ଭୁବନେଶ୍ୱର: ଭୁବନେଶ୍ୱର କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱରରେ ଏବେ ୩୬୮୩ ଆକ୍ଟିଭ କେସ ରହିଛି । ଆଉ ରାଜଧାନୀରେ ୭୫ ପ୍ରତିଶତ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି । ୧୦ ହଜାର ଲୋକେ ହୋମ ଆଇସୋଲେସନରେ ରହି ସାରିଛନ୍ତି । ୧୦ ହଜାର ଲୋକଙ୍କ ମଧ୍ୟରୁ ୭ ହଜାର ସୁସ୍ଥ ହୋଇ ସାରିଲେଣି । ଭୁବେନଶ୍ୱରରେ ଆଉ ୬୦ କୋଭିଡ ଆଇସିୟୁ ବେଡ ବୃଦ୍ଧି କରାଯାଇଛି । ଭୁବନେଶ୍ୱରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି କମିଶନର ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ରାଜ୍ୟର ୩୦ ଜିଲ୍ଲାରୁ ୪୦୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪୬୨ସଙ୍ଗରୋଧ କେନ୍ଦ୍ରରୁ ଓ ୧୭୪୬ ସ୍ଥାନୀୟ ଅଞ୍ଚଳରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking