29.1 C
Bhubaneswar
Saturday, April 27, 2024
Homeଓଡିଶାସୁରତରୁ ଫେରିଲେ ୭୨ ପ୍ରବାସୀ ଶ୍ରମିକ, ଅବ୍ୟବସ୍ଥା ଯୋଗୁଁ ସହରରେ ଅଟକିଲେ ୫ ଘଣ୍ଟା

ସୁରତରୁ ଫେରିଲେ ୭୨ ପ୍ରବାସୀ ଶ୍ରମିକ, ଅବ୍ୟବସ୍ଥା ଯୋଗୁଁ ସହରରେ ଅଟକିଲେ ୫ ଘଣ୍ଟା

ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ବସ ଯୋଗେ ୭୨ ଜଣ ପ୍ରବାସୀ ଶ୍ରମିକ ପହଂଚିଛନ୍ତି । ରାତି ପ୍ରାୟ ୩ଟା ସମୟରେ ଏହି ବସ ବୌଦ୍ଧରେ ପହଂଚିଥିବାବେଳେ ଶ୍ରମିକମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ ଗୃହ ପର୍ଯ୍ୟନ୍ତ ନେବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ସେମାନେ ସହରର କେନ୍ଦ୍ରସ୍ଥଳ ଏନଏସି ଛକଠାରେ ବସକୁ ଅଟକାଇ ଏଣେତେଣେ ବୁଲିଥିଲେ । ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରବାସୀ ଶ୍ରମିକମାନେ ବୁଲୁଥିବା ପ୍ରଚାର ହେବାପରେ ସହରରେ କୋକୁଆଭୟ ସୃଷ୍ଟି ହୋଇଥିଲା । ପୋଲିସ ପ୍ରଶାସନ ସମସ୍ତଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ତୁରନ୍ତ କେହି ସେଠାରେ ପହଂଚି ନଥିଲେ । ଶେଷରେ ପୋଲିସ ପିସିଆର ପହଂଚି ବସ ସହିତ ଶ୍ରମିକମାନଙ୍କୁ ସହର ବାହାରେ ଏକ ପୋଲ ନିକଟରେ ତିନି ଘଣ୍ଟା ରଖିବାପରେ ସମସ୍ତ ଶ୍ରମିକଙ୍କୁ ହରଭଙ୍ଗା ବ୍ଲକକୁ ପଠାଇ ଦିଆଯାଇଥିଲା । ତିନୋଟି ଜିଲ୍ଲାର ପ୍ରବାସୀ ଶ୍ରମିକ ଏକାଠି ଫେରିଥିବାରୁ ସରକାରୀ କାଗଜପତ୍ର ପ୍ରସ୍ତୁତିରେ ବିଳମ୍ବ ଘଟିଥିବା ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ପ୍ରକାଶ କରିଥିଲେ । ଏହି ବସରେ ଅନଗୁଳ ଜିଲ୍ଲା ଆଠମଲ୍ଲିକ ଅଂଚଳର ୧୫ ଜଣ ଶ୍ରମିକ ଫେରିଥିବାବେଳେ ବୌଦ୍ଧ ସହରର ୯ ଜଣ, ମଥୁରା ପଂଚାୟତର ୬ଜଣ, ସାମ୍ପୋଚ ପଂଚାୟତର ୧୭ ଜଣ, ହରଭଙ୍ଗାର ୬ ଜଣ, ସଙ୍କୁଲୋଇର ୫ ଜଣ, ବାମଣ୍ଡାର ୧ ଜଣ, ରାମଗଡର ୨ ଜଣ, ତାଳଗରିର ୨ ଜଣ ଓ ବୀରନରସିଂହପୁର ପଂଚାୟତର ୩ ଜଣ ରହିଥିବାବେଳେ କନ୍ଧମାଳ ଜିଲ୍ଲା ସୁଡ୍ରୁକୁମ୍ପାର ୪ ଜଣ ରହିଥିବା ଜଣାଯାଇଛି । ଶ୍ରମିକମାନଙ୍କୁ ହରଭଙ୍ଗା ବ୍ଲକକୁ ନିଆଯିବା ପରେ ନିଜ ନିଜ ପଂଚାୟତର କ୍ୱାରେଣ୍ଟାଇନ ଗୃହକୁ ପଠାଇଦିଆଯାଇଥିବା ଜଣାପଡିଛି । ତେବେ ବାହାରୁ ଫେରୁଥିବା ଶ୍ରମିକମାନେ ସଂକ୍ରମଣର କାରଣ ହେବାର ସମ୍ଭାବନା ରହିଥିବାବେଳେ ଜିଲ୍ଲାକୁ ଫେରିବାପରେ ଏଣେ ତେଣେ ବୁଲିବାର ସୁଯୋଗ ନଦେଇ ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ୍ ଗୃହ ପର୍ଯ୍ୟନ୍ତ ପଠାଯିବାକୁ ସାଧାରଣରେ ମତପ୍ରକାଶ ପାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking