40.1 C
Bhubaneswar
Thursday, April 25, 2024
Homeଓଡିଶାକ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରାର ହୋଇଥିବା ଯୁବକକୁ ଧରି ପୁଣି କ୍ୱାରେଣ୍ଟାଇନରେ ରଖିଲା ପୁଲିସ

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରାର ହୋଇଥିବା ଯୁବକକୁ ଧରି ପୁଣି କ୍ୱାରେଣ୍ଟାଇନରେ ରଖିଲା ପୁଲିସ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବିଟିଏମ ସ୍କୁଲ ପରିସରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ସୋମବାର ଭୋରରୁ ଫେରାର ହୋଇଥିବା ଯୁବକକୁ ପୁଲିସ ବିଳମ୍ବିତ ରାତିରେ ଧରି ପୁଣି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିଛି । ଏହାସହ ନିୟମ ଉଲଙ୍ଘନ କରି କ୍ୱାରେଣ୍ଟାଇନ୍‌ଣ୍ଟସେଣ୍ଟରରୁ ଲୁଚିଛୁପି ଫେରାର ହୋଇଥିବାରୁ ଯୁବକ ବିରୋଧରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ସୂଚନା ଅନୁଯାୟୀ, ଲକଡ଼ାଉନ ସମୟରେ ଲୁଚି ଛପି ଗତ ୨୬ ତାରିଖ ଦିନ ରାଉରକେଲା ନାଲାରୋଡ ଅଂଚଳରୁ ଏହି ଯୁବକ ଆସି ଝାରସୁଗୁଡାର ସରବେର୍ଣ୍ଣାରେ ରହୁଥିଲେ । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ୨୭ ତାରିଖ ବିଟିଏମ ଫାଣ୍ଡି ପୋଲିସ ଓ ପୌର କରୋନା ନୋଡ଼ାଲ ଅଧିକାରୀ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱାରେଣ୍ଟାଇନ୍‌ଣ୍ଟସେଣ୍ଟରରେ ରଖିଥିଲେ । ଏହାସହ ଯୁବକର ସ୍ୱାବ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଥିଲେ । ସ୍ୱାବ ରିପୋର୍ଟ ଏଯାଏଁ ଆସି ନଥିବାବେଳେ ସୋମବାର ଭୋରରୁ ସେ କ୍ୱାରେଣ୍ଟାଇନ୍‌ଣ୍ଟସେଣ୍ଟରର ପାଚେରି ଡେଇଁ ଫେରାର ହୋଇଯାଇଥିଲେ । ଖବରପାଇ ବିଟିଏମ ପୁଲିସ ଚାରିଆଡେ ଖୋଜାଖୋଜି କରି ଝାରସୁଗୁଡା ବଢେଇମୁଣ୍ଡାରୁ ଯୁବକକୁ ଠାବ କରିଥିଲା । ପ୍ରକାଶ ଯୋଗ୍ୟ ଯେ, ଏହି ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଂଚଳରେ ଘଟିଥିବା ଏକ ଅପରାଧ ମାମଲରେ ଜଡିତ ଅଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking