32.1 C
Bhubaneswar
Friday, April 26, 2024
Homeଅପରାଧବାଇକ୍ ଚୋରି ର‌୍ୟାକେଟ୍ ପର୍ଦ୍ଦାଫାସ୍‌, ୭ ଗିରଫ 

ବାଇକ୍ ଚୋରି ର‌୍ୟାକେଟ୍ ପର୍ଦ୍ଦାଫାସ୍‌, ୭ ଗିରଫ 

ବଲାଙ୍ଗିର : ଭୀମ ଭୋଇ ମେଡିକାଲରେ ପ୍ରତିଦିନ ବାଇକ୍ ଚୋରିର ଅଭିଯୋଗ ହେଉଛି । ରୋଗୀଙ୍କ ପରିଜନ ରୋଗୀଙ୍କୁ ନେଇ ଡାକ୍ତରଖାନାରେ ଥିବା ବେଳେ ତାଙ୍କର ବାଇକ ଚୋରି ହୋଇଯାଉଛି । ଆଜି ବଲାଙ୍ଗିର ପୋଲିସ ଏହି ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିବା ସହ ଘଟଣାରେ ସଂପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୨୧ଟି ବାଇକ୍ ଓ ଗୋଟିଏ ସ୍କୁଟି ଜବତ କରିଛି । ଅଭିଯୁକ୍ତମାନେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କୁରୁଲ ଗ୍ରାମର ଭାରତ ବାରିକ (୪୦), ସନ୍ତୋଷ ବାରିକ (୨୪), ରିତେଶ ବେହେରା (୧୯), ତୁଷୁରା ଅନ୍ତର୍ଗତ ଖର୍ଡାଗ୍ରାମର ସୁଜାନ କୁମାର ସାହୁ (୨୫) ଓ ତରଭା ଅନ୍ତର୍ଗତ ନୁଆମୁଣ୍ଡା ଗ୍ରାମର ରୁକୁନା ଦୀପ ବୋଲି ପୋଲିସ ସୂଚନା ଦେଇଛି । ସୂଚନାରୁ ପ୍ରକାଶ ଯେ, ଗତ ମଇ ୨୮ ତାରିଖରେ ଗଜବାହାଲବାସୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଭୀମ ଭୋଇ ମେଡିକାଲରେ ତାଙ୍କର ବାଇକ ଚୋରି ହୋଇଥିବା ପୁଲିସକୁ ଅଭିଯୋଗ କରିଥିଲେ । ବଲାଙ୍ଗିର ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶାନୁସାରେ ମେଡିକାଲରେ ବାରମ୍ବାର ହେଉଥିବା ବାଇକ ଚୋରିର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ଏଥିରେ ସଦର ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ଟାଉନ ଥାନା ଅଧିକାରୀ ପ୍ରିୟଙ୍କା ରାଉତରାଏ, ତୁଷୁରା ଥାନା ଅଧିକାରୀ ବି ରୁଦ୍ରିଆ, ଏସଆଇ ବିକେ ବେହେରା, ଏସଆଇ ଏ ନାୟା, ଏସଆଇ ପି ଓରାମ, ଏସଆଇ କେ ଖୋସଲା ଓଏସଆଇ ଏସ ଛତ୍ରିଆଙ୍କ ସହିତ ବିଭିନ୍ନ ସ୍ଥାନରେ ଛାପା ମରା ଯାଇଥିଲା । ତଦନ୍ତରୁ ୨୧ଟି ଚୋରି ବାଇକ, ଗୋଟିଏ ସ୍କୁଟି ଓ ଅନ୍ୟ ଏକ ଘଟନାରେ ଚୋରି ଦୁଇଟି ପିକ ଅପ୍ ଜବତ ହୋଇଥିଲା । ପିକଅପ୍ ଚୋରିରେ ସାମିଲ ଦୁଇ ଜଣ ଅଭିଯୁକ୍ତ ବଲାଙ୍ଗିର ଇନ୍ଦିରା ନଗରର ବିକାଶ ସାହୁ (୩୪) ଓ ପଣ୍ଡରାପିଟା ଗ୍ରାମର ହେମରାଜ ସେଠ (୨୯) ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ଲାଙ୍ଗିରର ବିଭିନ୍ନ ଅଞ୍ଚଳରୁ ହେଉଥିବା ବାଇକ୍ ଚୋରିରେ ଏକ ର‌୍ୟାକେଟ ସାମିଲ ଥିବା ସନ୍ଦେହ କାରାଯାଉଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking