34.1 C
Bhubaneswar
Thursday, April 25, 2024
Homeଓଡିଶାଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ

ଏମ୍‌କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ

ଗଞ୍ଜାମ : ଏମ୍‌କେସିଜି ମେଡିକାଲରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଛି । ଶିଶୁର ନାକ ନଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି । ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଏମ୍‌କେସିଜି ମେଡିକାଲର ବରିଷ୍ଠ ଶିଶୁରୋଗ ବିଭାଗ ଡ. ସୁନୀଲ କୁମାର ଅଗ୍ରୱାଲ୍ ସୂଚନା ଦେଇଛନ୍ତି । ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ଏମ୍‌କେସିଜି ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି । ଜେନେଟିକ୍ ସମସ୍ୟା ଯୋଗୁଁ ଶରୀର ଗଠନରେ ଅସୁବିଧା ହୋଇ ଏଭଳି ସମସ୍ୟା ହୋଇଥାଏ ବୋଲି ଡ. ଅଗ୍ରୱାଲ୍ କହିଛନ୍ତି । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଡାମେରକିଆ ଗ୍ରାମର ଗୌତମ ଦୀପ୍‌ଙ୍କ ପତ୍ନୀ ଯସ୍ମିନ୍ କୁମାରୀ ଦୀପ୍ ଗର୍ଭବତୀ ଥିବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ଆଜି ମଧ୍ୟାହ୍ନରେ ସେ ପ୍ରସବ ବେଦନା ଅନୁଭବ କରିବାରୁ ତାଙ୍କୁ ଲେବରରୁମ୍‌କୁ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ପରୀକ୍ଷା ପରେ ଗର୍ଭରେ ଥିବା ସନ୍ତାନର ସେଭଳି କୌଣସି ପ୍ରତିକ୍ରିୟା ଜଣାପଡ଼ୁ ନଥିଲା । ଏଣୁ ଶିଶୁଟି ମୃତ୍ୟୁବରଣ କରିଥିବା ଡାକ୍ତରମାନେ ଆଶଙ୍କା କରିଥିଲେ । ମା’ର ଜୀବନ ବଞ୍ଚାଇବା ପାଇଁ ଶେଷରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଥିଲା । ପରେ ଡାକ୍ତରମାନେ ଶିଶୁକୁ ମୃତ ଘୋଷଣା କରିଥିଲେ । ଏଭଳି ଅଦ୍ଭୁତ ଶିଶୁ ଜନ୍ମ ଘଟଣା ଆଜି ଏମ୍‌କେସିଜି ମେଡିକାଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking