32.1 C
Bhubaneswar
Friday, April 26, 2024
Homeଓଡିଶାଚାକିରି ଦେବାକୁ କହି ୭ ଜଣଙ୍କ ଠାରୁ ୭ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୭ ଜଣଙ୍କ ଠାରୁ ୭ ଲକ୍ଷ ଠକେଇ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ଚାକିରି କରାଇ କହି ୭ ଲକ୍ଷ ୯୦୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ କୁକୁଡାଖଣ୍ଡି ଧୋବା ସାହିର ଇଶ୍ୱରୀ ସେଠୀ ନାମକ ଜଣେ ମହିଳାଙ୍କୁ ଚାକିରି ଦେବାକୁ କହି ସେହି ଅଞ୍ଚଳର ଜଣେ ବ୍ୟକ୍ତି ୩ ଲକ୍ଷ ୨୨ ହଜାର ଟଙ୍କା ନେଇଥିଲା । ଏହା ପରେ ମଧ୍ୟ ଇଶ୍ୱରୀଙ୍କୁ ଚାକିରି ମିଳିନଥିବାରୁ ସେ ଚାକିରି ବିଷୟରେ ବାରମ୍ବାର ପଚାରିବାରୁ ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ଭୟଭୀତ କରି ଧମକ ଦେଇଥିଲା । ସେହିପରି ବ୍ୟକ୍ତି ଜଣଙ୍କ ସେହି ଗ୍ରାମର ସଦାନନ୍ଦ ମହାରଣାଙ୍କୁ ଚାକିରି ଦେବାକୁ କହି ୧ ଲକ୍ଷ ୪୮ ହଜାର ଟଙ୍କା ଠକି ନେଇଥିବା ବେଳେ ଇ. ଜଗନ୍ନାଥଙ୍କ ଠାରୁ ୭୦ ହଜାର, ବି. ପ୍ରମଦାଙ୍କ ଠାରୁ ୭୦ ହଜାର, ଦନାର୍ଦ୍ଦନା ଡାକୁଆ ୧୭୦୦୦, ଏ. ରାଜେଶ୍ୱରୀଙ୍କ ଠାରୁ ୭୦ ହଜାର, ପ. ପାତ୍ରଙ୍କ ଠାରୁ ୧୨ ହାଜର ଟଙ୍କା ନେଇଥିଲେ ।

ଏଭଳି ବ୍ୟକ୍ତି ଜଣଙ୍କ ଗ୍ରାମର ୬ ଜଣ ବ୍ୟକ୍ତିଙ୍କୁ ଚାକିରି ଦେବାକୁ କହି ପ୍ରାୟ ୪ ଲକ୍ଷ ଟଙ୍କା ଠକି ନେଇଥିବା ଇଶ୍ୱରୀ ସଦର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଚାକିରି ମିଳିନଥିବାରୁ ସମସ୍ତେ ମିଶି ସଂପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ଟଙ୍କା ମାଗିବାରୁ ସେ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଟଙ୍କା ନେବାର ଦୁଇ ବର୍ଷ ପରେ ମଧ୍ୟ ଉପରୋକ୍ତ କାହାକୁ ମଧ୍ୟ ବର୍ତ୍ତମାନ ଯାଏଁ ଚାକିରି ମିଳିନଥିବା ଇଶ୍ୱରୀ ନିଜ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking