27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହେରାଲଡ୍ ହାଉସ୍‌ରେ ପୁଣି ଇଡି ଚଢଉ

ହେରାଲଡ୍ ହାଉସ୍‌ରେ ପୁଣି ଇଡି ଚଢଉ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର ନୂଆଦିଲ୍ଲୀସ୍ଥ ନାସନାଲ ହେରାଲଡ୍ କାର୍ଯ୍ୟାଳୟ ‘ହେରାଲ୍‌ଡ ହାଉସ’ ଉପରେ ପୁଣି ଚଢଉ କରାଯାଇଛି । ଏଥିପାଇଁ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ସମନ ଜାରି କରାଯାଇଥିଲା । ଖାର୍ଗେଙ୍କ ଉପସ୍ଥିତିରେ ଇଡି ଅଧିକାରୀ ହେରାଲଡ୍ ହାଉସରେ ତଲାସ ଅଭିଯାନ ଆରମ୍ଭ କରିଥିବା ଜଣାପଡିଛି ।

ଖାର୍ଗେଙ୍କୁ ସମନ ଜାରି କରାଯିବାପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସକୁ ଡରାଇବାକୁ ବିଜେପିର ଏହା ଏକ ଚକ୍ରାନ୍ତ । ତେବେ ଦେଶ ପାଇଁ ସବୁବେଳେ ଉତ୍ତରଦାୟୀ ରହୁଥିବା କଂଗ୍ରେସ ଏଭଳି ଚକ୍ରାନ୍ତକୁ ଭ୍ରୁକ୍ଷେପ କରେନାହିଁ ବୋଲି ରାହୁଲ କହିଛନ୍ତି । ଏହି ମାମଲାରେ ପୂର୍ବରୁ ଇଡି ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଜେରା କରାଯାଇଥିବାବେଳେ ବୁଧବାର ହେରାଲଡ୍ ହାଉସକୁ ସିଲ୍ ମଧ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking