28.1 C
Bhubaneswar
Thursday, March 28, 2024
Homeଓଡିଶାଚିଲିକା, ଭିତରକନିକା ପରେ ସାତକୋଶିଆ ବିଶ୍ୱର ଆର୍ଦ୍ରଭୂମି ଭାବେ ରାମ୍‌ସାର କ୍ଷେତ୍ର ମାନ୍ୟତା

ଚିଲିକା, ଭିତରକନିକା ପରେ ସାତକୋଶିଆ ବିଶ୍ୱର ଆର୍ଦ୍ରଭୂମି ଭାବେ ରାମ୍‌ସାର କ୍ଷେତ୍ର ମାନ୍ୟତା

୬୪ରେ ପହଞ୍ଚିଲା ଦେଶରେ ରାମ୍‌ସାର କ୍ଷେତ୍ର ସଂଖ୍ୟା
ଭୁବନେଶ୍ୱର: ପ୍ରଥମେ ଚିଲିକା । ପରେ ଭିତରକନିକା । ଏବେ ସାତକୋଶିଆ । ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଆର୍ଦ୍ରଭୂମି ଭାବେ ରାମ୍‌ସାର କ୍ଷେତ୍ର ମାନ୍ୟତା ମିଳିଛି । ଫଳରେ ଏଣିକି ସାତକୋଶିଆର ବ୍ୟାପକ ଅର୍ଥ ବ୍ୟୟରେ ଜୈବ ବିଭିଦତାକୁ ସୁରକ୍ଷା ଦେବା ସହ ଜଳ ଓ ମୃତ୍ତିକା ସଂରକ୍ଷଣ ସମ୍ଭବ ହେବ । ଏଥିପାଇଁ ଜୀବଜନ୍ତୁ ବି ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରିବେ । କଟକଣା ଜାରି ହେବ । ବିନାନୁମତିରେ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକ ବା ଅନ୍ୟକେହି ପ୍ରବେଶ କରିପାରିବେ ନାହିଁ ।

ମିଳିଥିବା ସୂଚନାନୁସାରେ ୧୯୭୧ରେ ଇରାନ୍‌ରେ ‘ରାମସାର କନଭେନ୍ସନ’ରେ ବିଶ୍ୱର ସବୁ ଆର୍ଦ୍ରଭୂମିକୁ ସୁରକ୍ଷା ରଖିବା ପାଇଁ ବିଶ୍ୱର ପ୍ରାୟ ଅଧିକାଂଶ ଦେଶ ସ୍ୱାକ୍ଷର କରିଥିଲେ । ଆର୍ଦ୍ରଭୂମିକୁ ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାମସାର ମନ୍ୟାତା ୟୁନିସ୍କୋ ହିଁ ସ୍ୱୀକୃତି ଦେଇଥାଏ । ତେବେ ୧ ଫେବୃଆରୀ ୧୯୮୨ରେ ଭାରତ ଏଥିରେ ସ୍ୱାକ୍ଷର କରିଥିଲା । ସେବେଠାରୁ ଭାରତରେ ଥିବା ସବୁ ବଡ଼ ଆର୍ଦ୍ର ଭୂମିକୁ ଚିହ୍ନଟ କରାଯାଇଥିଲା ।  ଦେଶରେ ମୋଟ୍ ୧୨ ଲକ୍ଷ ୫୦ ହଜାର ୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ ଏହି ମାନ୍ୟତା ମିଳିଛି । ଏସିଆର ବୃହତ୍ତମ ଲୁଣା ଦ୍ରଦ ନିଲାମ୍ବୁ ଚିଲିକା ପ୍ରଥମେ ରାମ୍‌ସାର ମାନ୍ୟତା ପାଇଥିଲା । ପରେ ଭିତରକନିକା ଅଭୟାରଣ୍ୟକୁ ଏହି ମାନ୍ୟତା ମିଳିଥିଲା । ଏବେ ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମ୍‌ସାର କ୍ଷେତ୍ର ମାନ୍ୟତା ମିଳିଛି ।

ଏହାକୁ ମିଶାଇ ଦେଶରେ ମୋଟ୍ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ତେବେ ଚଳିତ ଥର ଓଡ଼ିଶା, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ କ୍ଷେତ୍ରକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ତାମିଲନାଡ଼ୁର ୬ଟି ଆର୍ଦ୍ରଭୂମିକୁ ରାମସାର ମାନ୍ୟତା ମିଳିଥିବା ଜଣାପଡ଼ିଛି ।  ତେବେ ସାତକୋସିଆକୁ କେନ୍ଦ୍ର ସରାକାର ୧୯୭୬ରେ ଅଭୟାରଣ୍ୟ ମାନ୍ୟତା ଦେଇଥିଲେ । ହେଲେ ୨୦୦୭ରେ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି ଅଭୟାରଣ୍ୟଟି ପ୍ରବଲ ଘଞ୍ଚ । ଶାଳ ଓ ପିଆଶାଳରେ ଭର୍ତ୍ତି । ଏହାରି ମଧ୍ୟଦେଇ ମହାନଦୀ ୨୨ କିମି ଅତିକ୍ରମ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking