29.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆଉ ୬୯ ସଂକ୍ରମିତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ୬୯ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ତାଲିକାରେ ଆଉ ୬୯ ଜଣଙ୍କୁ ସାମିଲ କରାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ୧୧୯ ରହିଥିବା ବେଳେ ସଙ୍ଗରୋଧରୁ ୪୯୧ ଓ ସ୍ଥାନୀୟ ଅଂଚଳରୁ ୩୫୮ ଜଣ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୦ ଲକ୍ଷ ୬ ହଜାର ୫୦୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୯ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ୮୩୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କଟକରୁ ୧୯, ଅନୁଗୁଳରୁ ୧୦, ଜଗତସିଂହପୁରରୁ ୯, ମୟୁରଭଞ୍ଜ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ ଅଛନ୍ତି।

ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୪୯ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୯ ପଜିଟିଭ୍ ଚିହ୍ନଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking