33.1 C
Bhubaneswar
Sunday, May 5, 2024
Homeଓଡିଶାରାଜ୍ଯରେ ଚିହ୍ନଟ ହେଲେ ଆଉ ୮୪୯ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୯...

ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୪୯ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଶିଶୁଙ୍କ ଉପରେ ପ୍ରଭାବ ବିସ୍ତାର ଆରମ୍ଭ କଲାଣି । ଶିଶୁଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖା ଦେଲାଣି। ଗତ ୪ ଦିନରେ ତିନି ଶିଶୁଙ୍କ ଜୀବନ ନେଇଛି କରୋନା । ଗୁରୁବାର ଜଣେ ଶିଶୁର ଜୀବନ ନେଇଥିଲାବେଳେ ଶୁକ୍ରବାର ପୁଣି ୨ କନ୍ୟାଙ୍କ ଜୀବନ ନେଇଛି ଭୂତାଣୁ । ଦୁଇ କନ୍ୟାଙ୍କ ଭିତରେ ଜଣେ ମୟୂରଭଞ୍ଜର ଓ ଅନ୍ୟ ଜଣେ କଟକର । ମୟୂରଭଞ୍ଜ ଜିଲ୍ଲାର କନ୍ୟାର ବୟସ ୫ ମାସ ହୋଇଥିଲା । ସେ ହୃଦ୍‌ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । କଟକ କନ୍ୟାକୁ ୧୨ ଦିନ ହୋଇଥିଲାବେଳେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା । ରାଜ୍ୟ ସରକାର କରୋନା ଜନିତ ମୃତ୍ୟୁକୁ ନେଇ ଯେଉଁ ଅଡିଟ୍ ତାଲିକା ପ୍ରସ୍ତୁତ କରିଛନ୍ତି, ସେଥିରେ ଦୁଇ ଶିଶୁଙ୍କ କଥା ଉଲ୍ଲେଖ ରହିଛି । ତେଣୁ ବର୍ତ୍ତମାନ ସମୟରେ ଅଭିଭାବକ ଶିଶୁଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି । ଆଜି ବି ପୁଣି ୧୧୯ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୪୯ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୪୯୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୮ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୬୫୦୩କୁ ବୃଦ୍ଧି ପାଇଥିବା ବେଳେ ୯ଲକ୍ଷ ୯୦ହଜାର ୭୯୬ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୭୮୨୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୧୯ ଜଣ ପଜିଟିଭ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୨ଜଣ, ବାଲେଶ୍ୱର ଜିଲ୍ଲାରୁ ୩୧ଜଣ, ବରଗଡ଼ ଜିଲ୍ଲାରୁ ୩ଜଣ, ଭଦ୍ରକ ଜିଲ୍ଲାରୁ ୧୦ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୯୮ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ଜଣ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧ଜଣ, ଯାଜପୁର ଜିଲ୍ଲାରୁ ୩୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, କନ୍ଧମାଳ ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୬୧ଜଣ, କୋରାପୁଟ ଜିଲ୍ଲାରୁ ୪ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ନୟାଗଡ଼ ଜିଲ୍ଲାରୁ ୧୪ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୨୮ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬ଜଣ, ଷ୍ଟେଟ ପୁଲ୍‌ରୁ ୭୮ଜଣ ରହିଛନ୍ତି ।  ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୬୫୦୩କୁ ବୃଦ୍ଧି ପାଇଥିବା ବେଳେ ୯ଲକ୍ଷ ୯୦ହଜାର ୭୯୬ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୭୮୨୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

ଆଗକୁ ଆସୁଛି ପାର୍ବଣର ଋତୁ । ସଚେତନ ନହେଲେ ଭୟଙ୍କର ରୂପ ନେଇପାରେ ତୃତୀୟ ଲହର । କେରଳ ଭଳି ସୃଷ୍ଟି ହୋଇପାରେ ପରିସ୍ଥିତି । ଏହା ପୂର୍ବରୁ ସତର୍କ ରହିବା ପାଇଁ ସରକାରଙ୍କ ତରଫରୁ ଜାରି କରାଯିବ ଗାଇଡ୍‌ଲାଇନ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମିଶ୍ର କହିଛନ୍ତି । ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking