30.1 C
Bhubaneswar
Saturday, May 18, 2024
Homeଓଡିଶାରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ନେଇ ଅସନ୍ତୋଷ

ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ ନେଇ ଅସନ୍ତୋଷ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଅନ୍ତର୍ଗତ ଗତରେଇ ଗାଁ ରାସ୍ତା ମଝିରେ ବିଦ୍ୟୁତ୍ ଖୁଂଟ ଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବହୁ ବର୍ଷଧରି ରାସ୍ତା ମଝିରେ ୧୧ କେଭି ଖୁଂଟ ରହିଅଛି । ରାସ୍ତା ମଝିରୁ ବିଦ୍ୟୁତ୍ ଖୁଂଟ ଉଠାଇବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ତରଫରୁ କୈାଣସି ପଦକ୍ଷେପ ନିଆଯାଉ ନାହିଁ । ରାସ୍ତା ମଝିରେ ଖୁଂଟଟି ଥିବା ହେତୁ ଅନେକ ସମସୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନୀ ହେଉଛି । ବିଦ୍ୟୁତ୍ ଖୁଂଟରେ କୈାଣସି ଲାଇଟ୍ ଲାଗି ନଥିବାରୁ ରାସ୍ତାରେ ଯାଉଥି ଲୋକମାନେ ଖୁଂଟରେ ହାବୁଡି ହେଉଛନ୍ତି । ଏପରିକି ରାସ୍ତା ସଂପ୍ରସାରଣ ସମୟରେ ମଧ୍ୟ ଠିକାଦାର ତରଫରୁ ଖୁଂଟକୁ ସ୍ଥାନାନ୍ତର କରାଗଲା ନାହିଁ । ତେଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ଖୁଂଟକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ମହିମା ମହାବିଦ୍ୟାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର ଯୁବ ରେଡକ୍ରସ, ରେଡ ରିବନ କ୍ଲବ୍‌, ଜାତୀୟ ସେବା ଯୋଜନା ,ଏନସିସି ଓ ଢେଙ୍କାନାଳ ଏଚ୍‌ଡିଏଫ୍‌ସ ବ୍ୟାଙ୍କର ମିଳିତ ସହଯୋଗରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ମହା ବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ଡ. ରତ୍ନାକର ଦାସ ପ୍ରଦୀପ ଉଦ୍ଘାଟନ କରିଥିଲେ । ଜିଲ୍ଲା ରେଡକ୍ରସ ରକ୍ତଭଣ୍ଡାର କର୍ମଚାରୀ ପରମାନନ୍ଦ ପଣ୍ଡା, ରାକେଶ କୁମାର ବେହରା, ତପନ ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ୩୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଅଧ୍ୟାପିକା ଶଙ୍କୁନ୍ତଳା ଭୁୟାଁ, ଗିତାଞ୍ଜଳି ସାହୁ, ଅଧ୍ୟାପକ ରଞ୍ଜିତ ମହାପାତ୍ର, ସ୍ୱେଚ୍ଛାସେବୀ ସୁଜିତ ରାଉତ, ହରପ୍ରିୟା ପତି, ମୋନାଲିସା ସାମଲ, ମୁଖ୍ୟ କିରାଣୀ ଅଭିମନ୍ୟୁ ବେହେରା, ଶେଷ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking