27.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶକାପିଶାରେ ଶତାଧିକ ତାଲିବାନୀ ମୃତ

କାପିଶାରେ ଶତାଧିକ ତାଲିବାନୀ ମୃତ

କାବୁଲ: ଏବେ ବି ଆଫଗାନିସ୍ତାନର ପଞ୍ଜଶିର ତାଲିବାନୀମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତାଲିବାନୀମାନେ ରାଜଧାନୀ କାବୁଲ୍ ସମେତ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆର୍‌କୁ ନେଇସାରିଛନ୍ତି । ପଞ୍ଜଶିର ଅଭିମୁଖେ ହଜାର ହଜାର ସଂଖ୍ୟକ ତାଲିବାନୀ ଅସ୍ତ୍ରଶସ୍ତ୍ର ସହିତ ଅଗ୍ରସର ହୋଇଥିଲେ । ମାତ୍ର ଅପରପକ୍ଷରୁ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି ତାଲିବାନୀ । କାପିଶା ପ୍ରଦେଶରେ ଶତାଧିକ ତାଲିବାନୀଙ୍କର ମୃତ୍ୟୁ ଘଟିଛି ।

ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍‌ହା ସାଲେହଙ୍କ ନେତୃତ୍ୱରେ ତାଲିବାନ ବିଦ୍ରୋହୀମାନେ କଠିନ ପ୍ରତିରୋଧ କରି ତାଲିବାନୀ ସେନାର ଶତାଧିକ ସୈନ୍ୟଙ୍କୁ ନିପାତ କରିଛନ୍ତି । କାପିଶା ପ୍ରଦେଶର ସଞ୍ଜନ ଅଞ୍ଚଳ ତଥା ଖୋଷ୍ଟ ୱା ଫେରେଙ୍ଗ୍ ଜିଲ୍ଲାର ବାଘଲାନ୍ ଅଞ୍ଚଳରେ ତାଲିବାନୀମାନେ ପ୍ରବଳ ପ୍ରତିରୋଧର ସାମ୍ନା କରିଛନ୍ତି । ତାଲିବାନୀମାନଙ୍କ ଉପରେ ଏହି ପ୍ରତିଆକ୍ରମଣ ପରେ ସାଲେହ ବିଶ୍ୱ ସମୁଦାୟକୁ ଆତଙ୍କବାଦୀମାନଙ୍କ ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ବିଶ୍ୱ ଆତଙ୍କବାଦୀମାନଙ୍କ ନିକଟରେ ମୁଣ୍ଡ ନୁଆଁଇବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । କାବୁଲ୍ ଏୟାର୍‌ପୋର୍ଟକୁ ମାନବଜାତିର ବିଧ୍ୱଂସସ୍ଥଳୀ ହେବାକୁ ଦିଆନଯାଉ ବୋଲି ସେ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking