31.1 C
Bhubaneswar
Friday, March 29, 2024
Homeଓଡିଶାମା’ର ଶବ ସତ୍କାରକରି ଫେରୁଥିବା ଝିଅର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ମା’ର ଶବ ସତ୍କାରକରି ଫେରୁଥିବା ଝିଅର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

କେନ୍ଦୁଝର :  ଝୁମ୍ପୁରା ବ୍ଲକ ବାରିଆ ଗ୍ରାମ ନିକଟରେ ମାରୁତି ସୁଇପ୍ ଗାଡି ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ମା’ର ଶବ ସତ୍କାରକରି ଫେରୁଥିବା ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନାରୁ ପ୍ରକାଶ ଯେ, ଘାଘରବେଡା ଥାନା ଅନ୍ତର୍ଗତ ଗୁଲାମସାହିର ମାନୁଶ୍ରୀ ପ୍ରଧାନ ଏବଂ ତାଙ୍କ ବଡ଼ଭଉଣୀ ଚମ୍ପୁଆ ଥାନା କରଞ୍ଜିଆ ଗ୍ରାମର ମାୟାରାଣୀ ପ୍ରଧାନଙ୍କ ମା’ ରୁକ୍ମଣୀ ପ୍ରଧାନ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ମୁତ୍ୟୁ ଘଟିଥିଲା । ଫଳରେ ଦୁଇଭଉଣୀ ମାଆଙ୍କ ଶବ ପୁରୀ ସ୍ୱର୍ଗଦ୍ୱାରରେ ସତ୍କାରକରି ନିଜ ଗ୍ରାମକୁ ଫେରୁଥିଲେ ।

ରାତ୍ରୀ ୩ଟା ସମୟରେ ତାଙ୍କ ମାରୁତି ସୁଇପ୍ ଗାଡ଼ିଟି ବାରିଆ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଜ୍ୟୋତିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ମାନୁଶ୍ରୀ ପ୍ରଧାନ(୫୩)ଙ୍କ ମୃତ୍ୟୁ ହୋଇଯାଇଥିଲା । ମାନୁଶ୍ରୀଙ୍କ ବଡ଼ଭଉଣୀ ମାୟାରାଣୀ ପ୍ରଧାନ(୫୬)ଙ୍କ ଗୋଡ଼ ଏବଂ ହାତ ଭାଙ୍ଗି ସେ ଗୁରୁତର ହୋଇଥିଲେ ଏବଂ ଗାଡ଼ି ଚାଳକ ଅରୁଣ ମୁଖାର୍ଜୀ ମଧ୍ୟ ଆହତ ହୋଇଥିଲେ । ଦୁର୍ଘଟଣା ସମୟରେ  ପ୍ରଚଣ୍ଡ ଶବ୍ଦ ହୋଇଥିଲା । ବାରିଆ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ମେଡ଼ିକାଲ୍ ପଠାଇବା ସହ ପୁଲିସ୍‌କୁ ଖବର ଦେଇଥିଲେ । ବାରିଆ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking