28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦେଶରେ ୬ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ଘଣ୍ଟାରେ ୧୯ହଜାର ୧୪୮ଜଣ ଆକ୍ରାନ୍ତ ଚିହ୍ନଟ

ଦେଶରେ ୬ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ଘଣ୍ଟାରେ ୧୯ହଜାର ୧୪୮ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଟପିଲା । ବତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪ହଜାର ୬୪୧କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୭, ୮୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୪ଘଣ୍ଟାରେ ୧୯ହଜାର ୧୪୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୩୪ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୬ହଜାର ୯୪୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୩ଲକ୍ଷ ୫୯ହଜାର ୮୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧ଲକ୍ଷ ୮୦ହଜାର ୨୯୮ଜଣ ଆକ୍ରାନ୍ତ ଚସିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୦୫୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ – ୧୯୩ ଜଣ, ଅରୁଣାଚଳ ପ୍ରଦେଶରେ – ୧ଜଣ, ଆସାମରେ – ୧୨ ଜଣ, ବିହାରରେ – ୭୦ ଜଣ, ଚଣ୍ଡିଗଡ଼ରେ – ୬ ଜଣ, ଛତିଶଗଡ଼ରେ – ୧୪ ଜଣ, ଦିଲ୍ଲୀରେ – ୨୮୦୩ ଜଣ, ଗୋଆରେ – ୪ ଜଣ, ଗୁଜରାଟରେ – ୧୮୬୭ ଜଣ, ହରିୟାଣାରେ – ୨୪୦ ଜଣ, ହିମାଚଳ ପ୍ରଦେଶରେ – ୧୦ ଜଣ, ଜମ୍ମୁ ଓ କଶ୍ମୀରରେ –  ୧୦୫ ଜଣ, ଝାଡ଼ଖଣ୍ଡରେ – ୧୫ ଜଣ, କର୍ଣ୍ଣାଟକରେ – ୨୫୩ ଜଣ, କେରଳରେ – ୨୪ ଜଣ, ଲଦାଖରେ – ୧ ଜଣ, ମଧ୍ୟପ୍ରଦେଶରେ – ୫୮୧ ଜଣ, ମହାରାଷ୍ଟ୍ରରେ- ୮୦୫୩ ଜଣ, ମେଘାଳୟରେ – ୧ ଜଣ, ଓଡ଼ିଶାରେ – ୨୫ ଜଣ, ପୁଦ୍ଦୁଚେରୀରେ – ୧୨ ଜଣ, ପଞ୍ଜାବରେ – ୧୪୯ ଜଣ, ରାଜସ୍ଥାନରେ – ୪୨୧ ଜଣ, ତାମିଲନାଡୁରେ – ୧୨୬୪ ଜଣ, ତେଲେଙ୍ଗାନାରେ – ୨୬୭ ଜଣ, ତ୍ରିପୁରାରେ – ୧ ଜଣ, ଉତ୍ତରାଖଣ୍ଡରେ – ୪୧ ଜଣ, ଉତ୍ତରପ୍ରଦେଶରେ – ୭୧୮ ଜଣ ଏବଂ ପଶ୍ଚିମବଙ୍ଗରେ – ୬୮୩ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking