28.1 C
Bhubaneswar
Monday, May 27, 2024
Homeଦେଶ ବିଦେଶଭାଜପା କାର୍ଯ୍ୟାଳୟ ନିକଟରୁ ୫୪ ଅଫୁଟା ବୋମା ଜବତ

ଭାଜପା କାର୍ଯ୍ୟାଳୟ ନିକଟରୁ ୫୪ ଅଫୁଟା ବୋମା ଜବତ

ପଶ୍ଚିମବଙ୍ଗ : କୋଲକାତାର ଖିଦିରପୁର ଏବଂ ହେଷ୍ଟିଙ୍ଗସ କ୍ରସିଂ ସ୍ଥାନରୁ ପୁଲିସ ୫୪ଟି ଅଫୁଟା ବୋମା ଜବତ କରିଛି। ଶନିବାର ରାତିରେ ଏହି ବୋମାଗୁଡିକ ଜବତ କରାଯାଇଛି। ଗତ ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଖୋଲାଯାଇଥିବା କାର୍ଯ୍ୟାଳୟ ନିକଟରୁ ଏହି ବୋମାଗୁଡିକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୋମାଗୁଡିକୁ ଏକ ଅଖା ଭିତରେ ଭର୍ତ୍ତି କରି ରଖାଯାଇଥିଲା। ସାମରିକ ଗୁଇନ୍ଦା ସୂତ୍ରରୁ ପୁଲିସ ସେଠାରେ ବୋମା ରଖାଯାଇଥିବା ସଂପର୍କରେ ସୂଚନା ପାଇଥିଲା।

ହେଷ୍ଟିଙ୍ଗସ ଥାନାର ଅଧିକାରୀ, ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ବୋମାଗୁଡିକୁ ଜବତ କରିବା ସହିତ ନିଷ୍କ୍ରିୟ କରିଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏତେସଂଖ୍ୟକ ବୋମା ବିସ୍ଫୋରଣ ଘଟିଥିଲେ ବ୍ୟାପକ କ୍ଷୟକ୍ଷତି ଘଟିବା ଆଶଙ୍କା ରହିଥିଲା। ବୋମାଗୁଡିକ ସେଠାକୁ କିଭଳି ଆସିଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି। ନିକଟରେ ଲାଗିଥିବା ସିସିଟିଭି କ୍ୟାମେରା ଚିତ୍ରରେ ଉତ୍ତୋଳିତ ଫଟୋକୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡରେ ଭାଜପାର ୩୭ ଜଣ କର୍ମୀ ପ୍ରାଣ ହରାଇଥିବା ରାଜ୍ୟ ଭାଜପା ସଭାପତି ଦିଲୀପ ଘୋଷ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking