30.1 C
Bhubaneswar
Wednesday, April 24, 2024
Homeଓଡିଶାଆସିଲା ୨ଲକ୍ଷରୁ ଅଧିକ ‘କୋଭିସିଲ୍ଡ’ ଟିକା

ଆସିଲା ୨ଲକ୍ଷରୁ ଅଧିକ ‘କୋଭିସିଲ୍ଡ’ ଟିକା

ଭୁବନେଶ୍ୱର : ଓଡ଼ିଶାକୁ ଆସିଛି ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା । ଶନିବାର ପୁନେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଏଗୁଡ଼ିକୁ ଷ୍ଟୋରେଜ୍‌ ରୁମ୍‌କୁ ନିଆଯାଇଛି । ଏହି ଟିକାଗୁଡ଼ିକ ରାଜ୍ୟରେ ଦେଖାଦେଇଥିବା ଟିକା ସଙ୍କଟକୁ କିଛି ମାତ୍ରାରେ ସମାଧାନ କରିବାରେ ସହାୟକ ହୋଇପାରିବ । ରାଜ୍ୟରେ ୧୮-୪୪ବର୍ଗର ଲୋକଙ୍କ ଟିକାକରଣ ବ୍ୟାଘାତ ହେବା ନେଇ ରହିଥିବା ଆଶଙ୍କା ମଧ୍ୟ ଦୂର ହୋଇଛି। ରାଜ୍ୟ ସରକାରଙ୍କ ନିକଟରେ ଆଜି ପାଇଁ ମାତ୍ର ୨ହଜାରରୁ ଅଧିକ ‘କୋଭିସିଲ୍‌ଡ’ ଟିକା ମହଜୁଦ ରହିଥିଲା। ଏ ଦୃଷ୍ଟରୁ ଆସନ୍ତା ସୋମବାରରୁ ୧୮-୪୪ବର୍ଗର ଟିକାକରଣ ବାଧାପ୍ରାପ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ଆଜି ୨ଲକ୍ଷ ୨୭ହଜାର ୭୫୦ ଡୋଜ୍ ଟିକା କମ୍ପାନି ଦେଇଥିବା ଧାର୍ଯ୍ୟ ତାରିଖରୁ ଆଗୁଆ ରାଜ୍ୟରେ ପହଞ୍ଚିଛି। ତେଣୁ ରାଜ୍ୟରେ ପୂର୍ବଭଳି ୧୮-୪୪ବର୍ଗଙ୍କ ଟିକାକରଣ ଜାରି ରହିବା ନେଇ ସ୍ପଷ୍ଟ ହୋଇଛି। ମାତ୍ର ରାଜଧାନୀ‌ରେ ଦିଆଯାଉଥିବା ‘କୋଭାକ୍ସିନ୍’ର ମାତ୍ର ୨୦୮୦ ଡୋଜ୍ ରାଜ୍ୟ ସରକାରଙ୍କ ନିକଟରେ ମହଜୁଦ ରହିଛି। ଏ ଦୃଷ୍ଟିରୁ ଭୁବନେଶ୍ବରରେ କେବଳ ପ୍ରଥମ ଡୋଜ୍ ଟିକା ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking