29.1 C
Bhubaneswar
Saturday, May 11, 2024
Homeଓଡିଶାସ୍କୁଲ ପିଲାଙ୍କ ସହ କଥାହେଲେ ୫-ଟି ସଚିବ

ସ୍କୁଲ ପିଲାଙ୍କ ସହ କଥାହେଲେ ୫-ଟି ସଚିବ

ଭୁବନେଶ୍ୱର: ସୁନ୍ଦରଗଡ଼ର ବିଭିନ୍ନ ସ୍କୁଲର ରୂପାନ୍ତରିକରଣ କାର୍ଯ୍ୟର ସମୀକ୍ଷା ବେଳେ ସ୍କୁଲ ପିଲାଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ୍ କଥା ହୋଇଛନ୍ତି । ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସେ ସିଧାସଳଖ କଥାବାର୍ତ୍ତା କରିଥିଲେ । ଛାତ୍ରଛାତ୍ରୀ ନିଜ ନିଜର ଭବିଷ୍ୟତର ସ୍ୱପ୍ନ ବିଷୟରେ କହିଥିଲେ । ଏହି ଅବସରରେ ୫-ଟି ସଚିବ କହିଥିଲେ ଯେ ସ୍କୁଲ ହେଉଛି ଆମର ମା’ ଭଳି । ଏନେଇ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ସହ ଏହାର ପରିବେଶର ଯତ୍ନ ନେବା ଆବଶ୍ୟକ । ଏହି କାମରେ ପୁରାତନ ଛାତ୍ରଛାତ୍ରୀ, ଜନସାଧାରଣ, ପଞ୍ଚାୟତ ପ୍ରତିନିଧିମାନେ ସହଯୋଗ କରିବା ଦରକାର ବୋଲି ସେ କହିଥିଲେ ।

ଏଥିସହ ସମସ୍ତ ରୂପାନ୍ତରିତ ହାଇସ୍କୁଲର ଆବଶ୍ୟକ ଜମି ପଟ୍ଟା ପ୍ରଦାନ ସହ ସ୍କୁଲଗୁଡ଼ିକୁ ନିରନ୍ତର ବିଦ୍ୟୁତ୍ ସେବା, ସ୍ଥାୟୀ ରାସ୍ତା ନିର୍ମାଣ ଏବଂ ସ୍କୁଲ ପରିସରରେ ବ୍ୟାପକ ଚାରାରୋପଣ କରିବା ଲାଗି ସେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୩୮୪ଟି ମଧ୍ୟରୁ ୨୪୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରବର୍ତ୍ତୀ ପର୍ଯ୍ୟାୟରେ ଲୋକାର୍ପଣ ହେବାକୁ ଥିବା ଅନ୍ୟ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ୫-ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking