34.1 C
Bhubaneswar
Saturday, April 27, 2024
Homeଓଡିଶାନକଲି ଔଷଧ କାରବାର ମାମଲା: ବିହାରରେ ୨ ଯୋଗାଣକାରୀ ଠାବ

ନକଲି ଔଷଧ କାରବାର ମାମଲା: ବିହାରରେ ୨ ଯୋଗାଣକାରୀ ଠାବ

କଟକ: ନକଲି ଔଷଧ କାରବାର ମାମଲାରେ ବିହାର ଯାଇଥିବା କଟକ କମିସନରେଟ ପୁଲିସ ଟିମକୁ ସଫଳତା ମିଳିଛି । ଉକ୍ତ ଟିମ୍ ବିହାରର ଗୟାଠାରେ ନକଲି ମେଡିସିନ ଯୋଗାଣକାରୀଙ୍କୁ ଠାବ କରିବାରେ ସକ୍ଷମ ହୋଇଥିବା ଆଜି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଗୟାରେ ଥିବା ବାଲାଜୀ ଏଜେନ୍ସିର ୨ ଜଣଙ୍କୁ ପୁଲିସ ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ଗିରଫ କରି ଓଡ଼ିଶା ଅଣାଯିବ ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ପ୍ରକାଶ ଯେ ନକଲି ମେଡିସିନ କାରବାର ମାମଲାରେ ଗିରଫ ହୋଇ ଜେଲରେ ଥିବା ୨ ଅଭିଯୁକ୍ତଙ୍କୁ ଜେରା ବେଳେ ପୁଲିସକୁ ଏନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇଥିଲା ବେଳେ ଏହି ତଥ୍ୟକୁ ଆଧାର କରି ପୁରୀଘାଟ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଗତ ୨୧ ତାରିଖରେ ବିହାର ଯାଇଥିଲା ।

ଉଚ୍ଚ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଟେଲମା-୪୦ ଓ ଟେଲମା-ଏଏମ୍ ନକଲି ମେଡିସିନ୍ ବିକ୍ରି ଅଭିଯୋଗ ନେଇ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ଚଢ଼ଉ ପରେ ନମୁନା ସଂଗ୍ରହରୁ ନକଲି ପ୍ରମାଣିତ ହୋଇଥିଲା । ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର ଅଭିଯୋଗ ଆଧାରରେ ପୁରୀ ଘାଟ ଥାନାରେ ୨ଟି ଫୌଜଦାରୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଏଥିସହ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜାଉଁଳିଆପଟି ପୂଜା ଏଣ୍ଟରପ୍ରାଇଜର ସଞ୍ଜୟ ଜଲାନ ଓ ମାଣିକଘୋଷ ବଜାର ଭି. ଆର. ଡ୍ରଗ ଏଜେନ୍ସିର ରାହୁଲ କୁମାର କ୍ୟାଲଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା ପରେ ନକଲି ମେଡିସିନ ଗୟା ଓ ବାଙ୍ଗାଲୋରରୁ ଅଣାଯାଉଥିବା ସ୍ପଷ୍ଟ ହୋଇଥିଲା ।

ପୁଣି ୧୭ ତାରିଖରେ ପୁଲିସର ହସ୍ତଗତ ହୋଇଥିବା ମେଡିସିନ ନମୁନା ପରୀକ୍ଷଣର ଲ୍ୟାବ ରିପୋର୍ଟରୁ ମେଡିସିନ ନକଲି ବୋଲି ଜଣାପଡ଼ିବା ପରେ ପୁଲିସ ରାଜ୍ୟ ବାହାରକୁ ଯାଇ ମେଡିସିନ ଯୋଗାଣକାରୀଙ୍କୁ ଧରିବା ନିଶ୍ଚିତ ହୋଇଥିଲା । ଅପରପକ୍ଷରେ ଏହି ଦୁଇ ମେଡିସିନର ବିକ୍ରିକୁ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ପକ୍ଷରୁ ନିଷେଧ କରାଯାଇଥିବା ବେଳେ ଗତ ୧୯ ତାରିଖରେ ମହାତାବ ରୋଡ୍‌ସ୍ଥିତ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ନକଲି ଟେଲମା-୪୦ ଜବତ ହୋଇଥିଲା । ପୁଣି ୨୨ ତାରିଖରେ ନିମଚଉଡିସ୍ଥିତ କ୍ୟାଲ ଏଜେନ୍ସି, ନୟାସଡ଼କସ୍ଥିତ ମହାବୀର ପ୍ରସାଦ ଓ ଏମ୍‌ଏଚ୍ ଫାର୍ମାସୀ ଉପରେ ଚଢ଼ଉ କରାଯାଇ ପ୍ରାୟ ୨୨ ଲକ୍ଷ ଟଙ୍କାର ନକଲି ଟେଲମା-୪୦ ଓ ଟେଲମା- ଏଏମ୍ ମେଡିସିନ ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking