28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକାନାଡାରେ ସାମୁଦ୍ରିକ ଝଡ଼ ‘ଫିଓନା’ ତାଣ୍ଡବ

କାନାଡାରେ ସାମୁଦ୍ରିକ ଝଡ଼ ‘ଫିଓନା’ ତାଣ୍ଡବ

ମଣ୍ଟ୍ରିଲ: ଆଟ୍‌ଲାଣ୍ଟିକ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫିଓନା’ ଶନିବାର କାନାଡା ଉପକୂଳ ଛୁଇଁଥିବାବେଳେ ପୂର୍ବାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି । ଏହାର ପ୍ରଭାବରେ ନୋଭା ସ୍କୋଟିଆ ପ୍ରଦେଶରେ ଶତାଧିକ ଗୃହ ଭାଙ୍ଗିଯାଇଥିବାବେଳେ ଏକାଧିକ ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି । ଘଣ୍ଟାକୁ ପ୍ରାୟ ୧୪୦ କିମି ବେଗରେ ପବନ ବୋହିଥିବାରୁ ବଡ ବଡ ଗଛ ଉପୁଡି ପଡିଛି । ଝଡ଼ ପ୍ରଭାବରେ ଆଗାମୀ ଦୁଇଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଫିଓନା ଯୋଗୁଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ତାଙ୍କର ଜାପାନ ଗସ୍ତକୁ ସ୍ଥଗିତ ରଖିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଜଦେବାକୁ ଟ୍ରୁଡି ଜାପାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ସୂଚନାଯୋଗ୍ୟ ଗତ ସପ୍ତାହରେ ଫିଓନା ପ୍ରଭାବରେ ପ୍ୟୁଟୋରିକୋରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କ୍ୟାରିବିୟାନ ଦ୍ୱୀପପୁଞ୍ଜରେ ବ୍ୟାପକ କ୍ଷୟକ୍ଷତି ଘଟିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking